କେନ୍ଦ୍ରାପଡ଼ା, ୨୬ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ସ୍ଥିତ ଆଳି କଟକ ସେଂଟ୍ରାଲ କୋ ଅପରେଟିଭ ବ୍ୟାଙ୍କ ଲିମିଟେଡ଼ର ଚାଷୀମାନଙ୍କ ଉଦ୍ଦେଶ୍ୟରେ ଗଢି ଉଠିଥିବା ସମବାୟ ସମିତି ମଧ୍ୟରୁ ନୂତନ ଭାବେ ଗଢି ଉଠିଥିବା ଜୁଆଣିଆ ସମବାୟ ସମିତି ଅନ୍ୟତମ। ଉକ୍ତ ସମିତିର ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ ଗତ ଏକମାସ ହେବ ଜୁଆଣିଆ ସମବାୟ ସମିତିରେ ଚାଷୀମାନେ ଚାଷ ପାଇଁ ଋଣ, ସାର, ବିହନ ଆଦି ପାଇବାରେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ସୂଚନା ସୂତ୍ରରୁ ପ୍ରକାଶ ଯେ ୨୦୨୩ ମସିହା ସେପ୍େଟମ୍ବର ମାସ ୩୦ ତାରିଖରେ ଗୋବିନ୍ଦପୁର ସମବାୟ ସମିତି ରୁ ଅଲଗା କରାଯାଇ ଗଢି ଉଠିଥିବା ସମବାୟ ସମିତି ରେ ମୋଟ ୧୨୭୭ ଜଣ ସଦସ୍ୟ ଓ ୬ କୋଟି ୮୭ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ବଳକା ଋଣ ଥିଲା କ୍ଷ କିନ୍ତୁ ଆଶ୍ଚର?୍ୟ୍ୟ ଓ ଚକିତ କରିବାର ବିଷୟ କି ଏହି ଯେ ସମିତି ରେ ଅଦ୍ୟାବଧି ମାତ୍ର ୨ ବର୍ଷ ରେ ଏହା ବଢ଼ିଯାଇ ୧୫ କୋଟି ୬୫ ଲକ୍ଷ ରୁ ଉର୍ଦ୍ଧ୍ୱ ବଳକା ରାଶି ରେ ପହଂଚିଛି। ଏହି ତଥ୍ୟ କୁ ନେଇ ସମିତି ର ସଚେତନ ଚାଷୀମାନେ କିଛି ଦୁର୍ନୀତିର ଗନ୍ଧ ବାରି ଏକାଠି ହୋଇ ବାରମ୍ବାର ଉପରିସ୍ଥ ଅଧିକାରୀ ଙ୍କୁ ଅଭିଯୋଗ ଲିଖିତ ମାଧ୍ୟମରେ ଜଣାଇଥିଲେ। ଏହି ଅଭିଯୋଗକୁ ସହକାରୀ ସମବାୟ ସମିତି ପଞ୍ଜିକାରକ ଗୁରୁତ୍ୱ ର ସହ ନେଇ ଘଟଣାକୁ ଅନୁଧ୍ୟାନ କରିବା ସହ ୨୦୨୫ ମସିହା ଜୁଲାଇ ମାସ ୨୩ ତାରିଖ ଦିନ ଚିଠି ସଂଖ୍ୟା ୧୭୮୨ରେ ଜୁଆଣିଆ ସମ୍ପାଦକଙ୍କୁ କାର୍ଯ୍ୟରୁ ନିବୃତ ରହିବା ସହ ଜୁଆଣିଆ ସମବାୟ ସମିତି ର ସମ୍ପୂର୍ଣ ଦାୟିତ୍ୱ ଏହାର ମୁଖ୍ୟ ସମବାୟ ସମିତି ଗୋବିନ୍ଦପୁର ସମବାୟ ସମିତିର ସମ୍ପାଦକ ବିରଜା ପ୍ରସାଦ ଦାସଙ୍କୁ ହସ୍ତାନ୍ତର କରିବା ପାଇଁ ନିର୍ଦେଶ ଦେଇଥିଲେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏଯାବତ ନା ଦାୟିତ୍ୱ ହସ୍ତାନ୍ତର ହେଲା ନା ଚାଷୀମାନେ କୌଣସି ପ୍ରକାର ସୁବିଧା ସୁଯୋଗ ପାଇ ପାରିଲେ। ଯାହାକୁ ନେଇ ଚାଷୀ ମାନେ ସମବାୟ ସମିତି ପଞ୍ଜିକାରକଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରିବା ସହ ଜୁଆଣିଆ ସମବାୟ ସମିତି ରେ ହୋଇଥିବା ଦୁର୍ନୀତି ର ବିଶେଷ ଅଡିଟ କରିବା ସହ ଚାଷୀମାନେ କିପରି ସମସ୍ତ ସରକାରୀ ସୁବିଧା ପାଇ ପାରିବେ ଏ ଦିଗରେ ଧ୍ୟାନ ପାଇଁ ଦାବୀ କରିଛନ୍ତି କ୍ଷ
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି