କେନ୍ଦ୍ରାପଡ଼ା, ୨୬ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଂଚଳରେ ଚଢ଼ାଉ କରାଯାଇଛି। ଜମ୍ବୁ, ଆଳି ଗ୍ରାମର ଚିତରଞ୍ଜନ ସେନାପତିଙ୍କ ଠାରୁ ୩.୫ କି.ଗ୍ରା. ଗଞ୍ଜେଇ ସହ ଗୋଟିଏ ମୋଟର ସାେଇକଲ, ପ୍ରଭାକର ପୁର ଗ୍ରାମର ମୁଖୀ ରାଉତଙ୍କ ଠାରୁ ୫୪୦ ଲିଟର ଦେଶୀ ରନ୍ଧା ମଦ, ପୁନି ରାଉତଙ୍କ ଠାରୁ ୬୭୧ ଲିଟର ଦେଶୀ ରନ୍ଧା ମଦ, ଆଶା ରାଉତଙ୍କ ଠାରୁ ୭୨୧ ଲିଟର ଦେଶୀ ରନ୍ଧା ମଦ, ରାଇବାରୀ ରାଉତଙ୍କଠୁ ୪୨୧ ଲିଟର ଦେଶୀ ରନ୍ଧା ମଦ ଓ ଆସ୍ତିକ ମଣ୍ଡଳଙ୍କ ଠାରୁ ୩୦୭ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇ ଏମାନଙ୍କୁ ଗିରଫ କରାଯାଇ ଅଛି। ଏମାନଙ୍କ ପାଖରୁ ସମୁଦାୟ ୨୦୪୬ ଲିଟର ଦେଶୀ ରନ୍ଧା ମଦ, ୩.୫ କି.ଗ୍ରା. ଗଞ୍ଜେଇ ଓ ଏକ ଗୋଟି ମୋଟର ସାଇକଲ ଜବତ କରାଯାଇ ୪ ମହିଳା ସମେତ ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଅଛି ଏବଂ ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ କହିଛନ୍ତି। ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ହିତାଂଶୁ ଶେଖର ମଳିକ ଏବଂ ପଦ୍ମଲୋଚନ ନାୟକ, ଅବକାରୀ ଉପ ନିରିକ୍ଷକ କଳ୍ପନା ରାଉତ ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି