ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ ବ୍ୟବସ୍ଥା
ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.) - ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ଆମ ଶାସନ ବ୍ୟବସ୍ଥା । ଆମ ଶାସନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକଙ୍କ ମତାମତ ଆଧାରରେ ନୀତି ନିର୍ଦ୍ଧାରଣ ହେବ । ସାଧାରଣ ଲୋକଙ୍କୁ ଫୋନ୍ କରି ମତାମତ ନେବେ ମୁଖ୍ୟ
ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ ବ୍ୟବସ୍ଥା


ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.)

- ରାଜ୍ୟରେ ଆଜିଠୁ

ଆରମ୍ଭ ହେଲା ଆମ ଶାସନ ବ୍ୟବସ୍ଥା । ଆମ ଶାସନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ

ମୋହନ ଚରଣ ମାଝୀ । ଲୋକଙ୍କ ମତାମତ ଆଧାରରେ ନୀତି ନିର୍ଦ୍ଧାରଣ ହେବ । ସାଧାରଣ ଲୋକଙ୍କୁ ଫୋନ୍

କରି ମତାମତ ନେବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ।

ଏହି ଅବସରରେ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମେ ସରକାରକୁ ଆସିବାର ପ୍ରଥମ ଦିନରୁ ଜନତାଙ୍କ ସେବା କରିବା ପାଇଁ

ପ୍ରତିବଦ୍ଧ ହୋଇ କାମ କରୁଛୁ । ଆଗରୁ ଯେଉଁଠି ଲୋକଙ୍କ ପାଇଁ ଶାସନ ଓ ପ୍ରଶାସନ ଅପହଞ୍ଚ ଥିଲା, ଏବେ ସରକାର ନିଜେ ଲୋକଙ୍କ ପାଖରେ ପହଞ୍ଚୁଛି। ଲୋକଙ୍କ ସରକାର ଲୋକଙ୍କ

ମତାମତକୁ ଅନୁସରଣ କରି, ପ୍ରତ୍ୟେକ ନାଗରିକଙ୍କ ସେବା, ସୁବିଧା ଓ ଅଧିକାର ସୁନିଶ୍ଚିତ କରୁଛନ୍ତି। ଜନତାଙ୍କ ସହ ଯୋଡ଼ିହେବାର ଏହି ପ୍ରୟାସକୁ ଆଉ ପାଦେ ଆଗକୁ

ନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି 'ଆମ ଶାସନ'। 'ଆମ ଶାସନ' କେବଳ

ଏକ ଯୋଜନା ନୁହେଁ, ଏହା

ଶାସନକୁ ଗାଁ ଗାଁରେ ପହଞ୍ଚାଇବା ପାଇଁ ସରକାରଙ୍କ ଦୃଢ଼ ସଙ୍କଳ୍ପ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande