ପୁରୀ, ୨୬ ଅଗଷ୍ଟ (ହି.ସ.) - ପୁରୀ ଜିଲ୍ଲା ପୋଲିସ ସୁପରିଣ୍ଡେଂଟ ପ୍ରତୀକ ସିଂ, ଆଇ ପି ଏସ ଙ୍କ ଅଧ୍ୟକ୍ଷତାରେ ପ୍ରଥମ ଦିନରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ ହଲ୍ରେ ଏକ ବିସ୍ତୃତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଏସ୍ପି ସୁଶୀଲ ମିଶ୍ର, ଅତିରିକ୍ତ ଏସ୍ପି ଦେବୀ ଶଙ୍କର ପ୍ରତାପ, ଅତିରିକ୍ତ ଏସପି ସଚିନ ପଟେଲ, ପୁରୀ ଜିଲ୍ଲାର ସମସ୍ତ ଡି ଏସ ପି ମାନେଓ ସମସ୍ତ ଥାନାରଅଧିକାରୀମାନେଯୋଗଦେଇଥିଲେ।
ମୁଖ୍ୟ ଆଲୋଚନା ବିଷୟଗୁଡ଼ିକ. ମଧ୍ୟରେ ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା ସମ୍ପର୍କ ରେ ଆଲୋଚନା ହୋଇଥିଲା ଜ୍ଝ ଆଗାମୀ ପର୍ବପର୍ବାଣୀ ଏବଂ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅପରାଧ ସମୀକ୍ଷା ଓ ହାବିଚୁଆଲ୍ ଅଫେଣ୍ଡର ମାନଙ୍କୁ ଚିହ୍ନଟ କରି ନଜର ରଖାଯିବ । ଜିଲ୍ଲାର ହାବିଚୁଆଲ୍ ଅଫେଣ୍ଡରମାନଙ୍କ ତାଲିକାକୁ ପୁନର୍ବୀକ୍ଷଣ କରି ସେମାନଙ୍କୁ କଡା ନଜରରେ ରଖାଯିବ । ପର୍ବ ପର୍ବାଣୀ ସମୟରେ ପକେଟ୍?ମାର ଓ ଅନ୍ୟାନ୍ୟ ଅପରାଧୀମାନଙ୍କୁ ସତର୍କ କରାଯିବ।ନାର୍କୋଟିକ୍ସ କଣ୍ଟ୍ରୋଲ ମଧ୍ୟରେ ଗଞ୍ଜେଇ, ବ୍ରାଉନ ସୁଗର ଓ ଅନ୍ୟାନ୍ୟ ନିଷିଦ୍ଧ ଦ୍ରବ୍ୟ ବ୍ୟାପାରୀମାନଙ୍କୁ ଚିହ୍ନଟ କରିବା ସହ ଧରିବା ପାଇଁ ଥାନା ଅଧିକାରୀ ମାନଙ୍କୁ ନିର୍ଦେଶ ଦିଆଯାଇଛି। ଆଗାମୀ ପର୍ବପର୍ବାଣୀ ରେ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯିବ । ଗଣେଶ ପୂଜା, ଦୁର୍ଗା ପୂଜା, ଦୀପାବଳି, କାର୍ତିକ ଧର୍ମ ମାସ ଇତ୍ୟାଦି ପର୍ବପର୍ବାଣୀରେ ଭିଡ଼ ପରିଚାଳନା, ଯାତାୟାତ ସୁବିଧା, ଓ ଆଇନଶୃଙ୍ଖଳା ପାଳନ କରିବା ପାଇଁ ସୁନିଶ୍ଚିତ ଯୋଜନା କରାଯିବ।
ସମସ୍ତ ଆଇ ଆଇ ସି ମାନେ ତାଙ୍କ ଅଧୀନସ୍ଥ କ୍ଷେତ୍ରରେ ଆମ ପୋଲିସ ସଭା କରିବେ। ଜନତାର ସୁରକ୍ଷା ପୋଲିସର ପ୍ରାଥମିକତା ଦିଆଯିବ। ଏହି ଅବସରରେ ନୂଆ ଏସ ପି ପ୍ରତୀକ ସିଂ ବାର୍ତା ଦେଇ କହିଛନ୍ତି ପୁରୀ ଜିଲ୍ଲାର ସୁରକ୍ଷା, ଶାନ୍ତି ଓ ଆଇନଶୃଙ୍ଖଳା ପ୍ରତି ଆମର ପ୍ରତିବଦ୍ଧତା ଅଟଳ ରହିଛି। ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା, ଅପରାଧୀମାନଙ୍କୁ କଡା ହାତରେ ଦମନ, ଏବଂ ଆଗାମୀ ପର୍ବପର୍ବାଣୀରେ ଶାନ୍ତିପୂର୍ଣ୍ଣ ପରିବେଶ ନିଶ୍ଚିତ କରିବାରେ ପୁରୀ ପୋଲିସ ସଦା ସଚେତନ ରହିବ। ପୁରୀବାସୀଙ୍କ ସହଯୋଗରେ ଆମେ ପୁରୀକୁ ଅପରାଧମୁକ୍ତ ଜିଲ୍ଲା କରିବାକୁ ପ୍ରତିବଦ୍ଧ। ମାଦକଦ୍ରବ୍ୟ ଓ ଆଇନଶୃଙ୍ଖଳାଭଙ୍ଗକୁ ଦମନ କରିବୁ ବୋଲି ନୂଆ ଏସପି ଶ୍ରୀ ସିଂ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ବିଜୟ