ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.)- କମନଓ୍ୱେଲଥ୍
ଭାରୋତ୍ତୋଳନ ଚାମ୍ପିୟନସିପ୍ – 2025ରେ ସ୍ୱର୍ଣ୍ଣ ପଦକ
ଜିତିଥିବା ଢେଙ୍କାନାଳର ପ୍ରତିସ୍ମିତା ଭୋଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଗୁଜୁରାଟର
ଅହମ୍ମଦବାଦରେ ଆୟୋଜିତ କମନଓ୍ୱେଲଥ୍ ଭାରୋତ୍ତୋଳନ ଚାମ୍ପିୟନସିପ୍ – 2025 ପ୍ରତିଯୋଗିତାରେ ସ୍ୱର୍ଣ୍i ପଦକ ହାସଲ କରିଥିବା
ଢେଙ୍କାନାଳର ପ୍ରତିସ୍ମିତା ଭୋଇଙ୍କୁ ଶୁଭେଚ୍ଛା । ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ତାଙ୍କର
ଉଲ୍ଲେଖନୀୟ ପ୍ରଦର୍ଶନ ପ୍ରଶଂସନୀୟ । ସେ ଢେଙ୍କାନାଳ ଜିଲ୍ଲା ପାଇଁ ଗୌରବ । ପ୍ରତିସ୍ମିତାର
ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା