ଭୁବନେଶ୍ୱର, ୨୬ ଅଗଷ୍ଟ (ହି.ସ.)- ବନ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ଯାଜପୁର ଜିଲ୍ଲା ଗସ୍ତରେ ଯାଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଉଭୟ ରାଜସ୍ୱ ଏବଂ ଜଳସମ୍ପଦ ବିଭାଗର ଅଧିକାରୀ ମାନେ ମଧ୍ୟ ମନ୍ତ୍ରୀଙ୍କ ସହ ଯାଜପୁର ଯାଇଛନ୍ତି। ଘାଇ ସୃଷ୍ଟି ହୋଇଥିବା ସ୍ଥାନ ପରିଦର୍ଶନ ସହ ଯଥାଶୀଘ୍ର ମରାମତି କେମିତି ହେବ ସେ ନେଇ ପଦକ୍ଷେପ ନିଆଯିବ । ସେପଟେ ଏବେ ବି ଯାଜପୁର ଜିଲ୍ଲାର ବିଭିନ୍ନ ରିଲିଫ ସେଂଟରରେ ଏବେ ବି ୫ ହଜାରରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି । ଗସ୍ତ ସମୟରେ ମନ୍ତ୍ରୀ ସେମାନଙ୍କ ସୁବିଧା ଅସୁବିଧା ବାବଦରେ ମଧ୍ୟ ସମୀକ୍ଷା କରିବେ। ଏହାସହ ପାଣି ଶୁଖିଲା ପରେ ତୁରନ୍ତ ଲୋକଙ୍କୁ କ୍ଷତିପୂରଣ ରାଶି ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା