ଝାଡ଼ଖଣ୍ଡ ଡ୍ୟାମ ସମସ୍ୟା ସମାଧାନ ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ
ଭୁବନେଶ୍ୱର, ୨୬ ଅଗଷ୍ଟ (ହି.ସ.)- ରାଜ୍ୟରେ ବନ୍ୟା ସ୍ଥିତି ବାବଦରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି। ମନ୍ତ୍ରୀ କହିଛନ୍ତି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ସମେତ ସୁନ୍ଦରଗଡ଼ ଜିଲ୍ଲା ମଧ୍ୟ କିଛି ମାତ୍ରାରେ ପ୍ରଭାବିତ ହୋଇଛି। ଏହାସହ ଓଡ଼ିଶାର ମୂଳ ସମସ୍ୟା ବାବଦରେ ମଧ୍ୟ ରାଜ୍ୟପାଳଙ୍କୁ ସୂଚନା ଦିଆଗଲା। ବିନା ବର୍ଷାରେ ଝାଡ଼ଖଣ୍ଡରୁ ପାଣି ଆସି ଓଡ଼ିଶାର ବିଭିନ୍ନ ଅଂଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଝାଡ଼ଖଣ୍ଡରେ ଡ୍ୟାମ କାମ ସମ୍ପୂର୍ଣ୍ଣ ହୋଇନଥିବା କାରଣରୁ ସେଠାକାର ବନ୍ୟା ଜଳ ଓଡ଼ିଶାକୁ ଆସୁଛି। ଏ ବାବଦରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ମଧ୍ୟ ଜଣାଇ ଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ। ଉକ୍ତ ଡ୍ୟାମରେ ଝାଡ଼ଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଅର୍ଥ ଖର୍ଚ୍ଚ ହେଉଛି। କିନ୍ତୁ ରାଜନୀତି କାରଣରୁ ଡ୍ୟାମ କାମ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଏ ବାବଦରେ ରାଜସ୍ୱ ମନ୍ତ୍ରୀ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା