ଧର୍ମଶାଳା, 26 ଅଗଷ୍ଟ (ହି.ସ.)-ଅଂଚଳରେ ଲଗାତାର ପ୍ରବଳ
ବର୍ଷା ହେଉଥିବାରୁ ଭୂସ୍ଖଳନ ଏବଂ ଅନ୍ୟାନ୍ୟ ବିପଦଜନକ ଘଟଣା ଘଟୁଥିବା ପରିପ୍ରେକ୍ଷିତରେ ଚମ୍ବା
ଜିଲ୍ଲାର ପବିତ୍ର ମଣିମହେଶ ଯାତ୍ରାକୁ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି।
ଚମ୍ବା ଜିଲ୍ଲାପାଳ ମୁକେଶ ରେପସ୍ୱାଲ ଏହି ସଂପର୍କରେ ଆଦେଶ ଜାରି କରିଛନ୍ତି। ଏହି ଆଦେଶ ଯାତ୍ରା
ସମୟରେ ତିନି ଜଣ ଭକ୍ତଙ୍କର ମୃତ୍ୟୁ ଘଟିବା ପରେ ଭକ୍ତମାନଙ୍କର ସୁରକ୍ଷା ଦୃଷ୍ଟିରେ ଜାରି
କରାଯାଇଛି। ଦେଖାଯାଉଛି ଯେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ସହିତ ଚମ୍ବା ଜିଲ୍ଲାରେ ମଧ୍ୟ ଲଗାତାର ପ୍ରବଳ
ବର୍ଷା ହେଉଥିବାରୁ ବହୁତ ସ୍ଥାନରେ ଭୂସ୍ଖଳନ, ସଡକ ବାଧା, ଏବଂ ବାଦଳ ଫାଟିବା
ଘଟଣା ଘଟୁଛି, ଯାହା ସ୍ଥାନୀୟ
ଲୋକମାନେ ଓ ମଣିମହେଶ ଯାତ୍ରାରେ ଅଂଶଗ୍ରହଣ କରୁଥିବା ଭକ୍ତମାନଙ୍କ ସୁରକ୍ଷାକୁ ଗଭୀର ଭାବେ
ପ୍ରଭାବିତ କରୁଛି।
ଏହା ସହିତ,
ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଆଗାମୀ ଦିନଗୁଡ଼ିକୁ
ପାଇଁ ଅତିପ୍ରବଳ ବର୍ଷା ସତର୍କତା ଜାରି କରିଛି । ଯାତ୍ରା ସମୟରେ ଅଘଟଣା ସମ୍ଭାବନାକୁ ଦେଖାଦେଇଛି।
ଏହି ପରିସ୍ଥିତିକୁ ଦୃଷ୍ଟିରେ
ତତ୍କାଳ ପ୍ରଭାବରେ ମଣିମହେଶ ଯାତ୍ରାକୁ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ କରିବାକୁ ଆଦେଶ
ଜାରି କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା