ମଣିପୁରରେ ବଡ ସଫଳତା- ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ, ଅନେକ ଗିରଫ
ଇମ୍ଫାଲ, 26 ଅଗଷ୍ଟ (ହି.ସ.) - ସୁରକ୍ଷା ବଳ ଓ ମଣିପୁର ପୁଲିସ ପକ୍ଷରୁ ସାରା ରାଜ୍ୟରେ ଚାଲୁଥିବା ଅଭିଯାନରେ ଅନେକ ସଫଳତା ମିଳିଛି। ମିଳିତ ଟିମ୍ କେବଳ ବିପୁଳ ପରିମାଣରେ ଅସ୍ତ୍ର-ଶସ୍ତ୍ର ଓ ବିସ୍ଫୋରକ ଜବତ କରିନାହାନ୍ତି, ବରଂ ବିଭିନ୍ନ ସକ୍ରିୟ ଉଗ୍ରବାଦୀ ସଂଗଠନର କ୍ୟାଡରମା
ମଣିପୁରରେ ବଡ ସଫଳତା- ବିପୁଳ     ପରିମାଣର ଅସ୍ତ୍ରଶସ୍ତ୍ର ଜବତ, ଅନେକ ଗିରଫ


ଇମ୍ଫାଲ, 26 ଅଗଷ୍ଟ (ହି.ସ.)

- ସୁରକ୍ଷା ବଳ ଓ

ମଣିପୁର ପୁଲିସ ପକ୍ଷରୁ ସାରା ରାଜ୍ୟରେ ଚାଲୁଥିବା ଅଭିଯାନରେ ଅନେକ ସଫଳତା

ମିଳିଛି। ମିଳିତ ଟିମ୍ କେବଳ ବିପୁଳ ପରିମାଣରେ ଅସ୍ତ୍ର-ଶସ୍ତ୍ର ଓ ବିସ୍ଫୋରକ ଜବତ କରିନାହାନ୍ତି,

ବରଂ ବିଭିନ୍ନ ସକ୍ରିୟ ଉଗ୍ରବାଦୀ ସଂଗଠନର କ୍ୟାଡରମାନଙ୍କୁ

ମଧ୍ୟ ଗିରଫ କରିଛନ୍ତି। ସେହି ସହିତ ଗାଡ଼ି ଚୋରି ଘଟଣାରେ ଜଡିତ ଅଭିଯୁକ୍ତମାନଙ୍କୁ ଗିରଫ କରି

ଚୋରି ହୋଇଥିବା ଯାନବାହନ ମଧ୍ୟ ଉଦ୍ଧାର କରାଯାଇଛି।

ସୋମବାର ଦିନ ସବୁଠୁ ବଡ଼

ସଫଳତା ମିଳିଛି ସୁଗ୍ନୁ ଥାନା କ୍ଷେତ୍ରର ସିଙ୍ଗତୋଙ୍ଗ ଗାଁ (କାକଚିଂ ଜିଲ୍ଲା) ରେ,

ଯେଉଁଠାରେ ତଲାଶି ଅଭିଯାନ ସମୟରେ ସୁରକ୍ଷା ବଳ ଏକ ବଡ଼

ଅସ୍ତ୍ର ଭଣ୍ଡାର ଜବତ କରିଛି।

ଜବତ ଅସ୍ତ୍ର ଓ ବିସ୍ଫୋରକ

ମଧ୍ୟରେ ୧ଟି ଇନ୍‌ସାସ୍ ରାଇଫଲ୍ (ଖାଲି ମ୍ୟାଗଜିନ୍ ସହିତ), ୧ଟି ବୋଲ୍ଟ୍ ଏକ୍ସନ୍ ରାଇଫଲ୍, ୨ଟି

୫୧ ମି.ମି. ମୋର୍ଟାର, ୨ଟି ଦେଶୀ କାର୍ବାଇନ୍, ଗୋଟିଏ 32 ପିସ୍ତଲ୍ (ଖାଲି ମ୍ୟାଗଜିନ୍ ସହିତ),

୭ଟି ଆଇଇଡି, ୪ଟି ପମ୍ପି ଲଞ୍ଚର୍, ୫୬ଟି ଜିବିତ କାରତୁସ, ୨୫ଟି ଖାଲି ଖୋକା, ୪ଟି ଟିୟର ସ୍ମୋକ୍

ସେଲ୍, ୨ଟି ଟିୟର ସ୍ମୋକ୍ ଗ୍ରେନେଡ୍, ଗୋଟିଏ ବାଓଫେଙ୍ଗ୍ ହ୍ୟାଣ୍ଡସେଟ୍ ଚାର୍ଜର ସହିତ, ୧ଟି

ବିପି କଭର୍, ୨ ଜୋଡି ଟାକ୍ଟିକାଲ୍ ବୁଟ୍, ୧ଟି କମର ବେଲ୍ଟ୍ ରହିଛି । ଏହି ସଫଳତା ଅବିରତ

ଅଭିଯାନର ଏକ ଅନ୍ୟତମ ମହତ୍ତ୍ୱପୂର୍ଣ୍ଣ ଫଳାଫଳ ବୋଲି ସୁରକ୍ଷା ବଳ ପକ୍ଷରୁ କୁହାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande