ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.)- କମନୱେଲ୍ଥ
ୱେଟଲିଫ୍ଟିଂ ଚାମ୍ପିଆନସିପ 2025ରେ ମହିଳା 44କେଜି ଇଭେଂଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରୀତିସ୍ମିତା
ଭୋଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ନବୀନ କହିଛନ୍ତି ଯେ, ଓଡ଼ିଶାର ୱେଟ୍ଲିଫ୍ଟର୍ ପ୍ରୀତିସ୍ମିତା ଭୋଇଙ୍କୁ ଅହମଦାବାଦରେ
ଚାଲିଥିବା କମନୱେଲ୍ଥ ୱେଟ୍ଲିଫ୍ଟିଂ ଚାମ୍ପିଅନ୍ଶିପ୍ 2025ରେ ମହିଳାଙ୍କ 44 କି.ଗ୍ରାମ୍ ଇଭେଂରେ
ସ୍ବର୍ଣ୍ଣ ପଦକ ଜିତିବା ପାଇଁ ହାର୍ଦ୍ଧିକ ଅଭିନନ୍ଦନ ଜଣାଉଛି। ତାଙ୍କ ସଫଳତା ଜାରି ରହୁ। ସେ
ଆଗାମୀ ଦିନରେ ଓଡ଼ିଶା ଓ ଦେଶର ଗର୍ବ ବଢ଼ାଇବେ ବୋଲି ଆମେ ଆଶା କରୁଛୁ। ଶୁଭେଚ୍ଛା ଓ ଶୁଭକାମନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା