ବ୍ରହ୍ମବରଦା ଥାନାରେ ଗଣେଶ ପୂଜାକୁ ନେଇ ଶାନ୍ତି କମିଟି ବୈଠକ : ଚଳିତ ବର୍ଷ ଡିଜେକୁ ବାରଣ
ଧର୍ମଶାଳା, ୨୬ ଅଗଷ୍ଟ (ହି.ସ.)- ଦିନକ ପରେ ହେବ ଗଣେଶ ଚତୃର୍ଥୀ । ଏନେଇ ସବୁଠି ଉତ୍ସବ ମୁଖର । ଚଳିତ ବର୍ଷ ଏହି ପୂଜାକୁ ଶାନ୍ତିଶୃଙ୍ଖଳାର ପାଳନ କରିବା ପାଇଁ ଯାଜପୁର ଜିଲା ବ୍ରହ୍ମବରଦା ଥାନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଥାନା ପରିସରରେ ଥାନା ଅଧିକାରିଣୀ ଜୟନ୍ତୀ ମଲ୍ଲିକଙ୍କ ତତ୍ୱ
ବ୍ରହ୍ମବରଦା ଥାନାରେ ଗଣେଶ ପୂଜାକୁ ନେଇ ଶାନ୍ତି କମିଟି ବୈଠକ : ଚଳିତ ବର୍ଷ  ଡିଜେକୁ ବାରଣ


ଧର୍ମଶାଳା, ୨୬ ଅଗଷ୍ଟ (ହି.ସ.)- ଦିନକ ପରେ ହେବ ଗଣେଶ ଚତୃର୍ଥୀ । ଏନେଇ ସବୁଠି ଉତ୍ସବ ମୁଖର । ଚଳିତ ବର୍ଷ ଏହି ପୂଜାକୁ ଶାନ୍ତିଶୃଙ୍ଖଳାର ପାଳନ କରିବା ପାଇଁ ଯାଜପୁର ଜିଲା ବ୍ରହ୍ମବରଦା ଥାନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଥାନା ପରିସରରେ ଥାନା ଅଧିକାରିଣୀ ଜୟନ୍ତୀ ମଲ୍ଲିକଙ୍କ ତତ୍ୱାବଧାନରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିନରେ ଥିବା ସମସ୍ତ ପୂଜା କମିଟିର କର୍ମକର୍ତା ଏହି ବୈଠକରେ ସାମିଲ ହୋଇଥିଲେ । ପୂଜା ସମୟରେ କୌଣସି ଅପ୍ରିତିକର ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ ପୂଜା କମିଟିର କର୍ମକର୍ତାମାନେ ଧ୍ୟାନ ଦେବା ସହିତ ଭସାଣୀ ସମୟରେ ଡିଜେ ନ ବଜାଇ ପାରମ୍ପରିକ ପୁରାତନ ସଂସ୍କୃତିରେ ସମ୍ପନ୍ନ କରିବାକୁ ଥାନା ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଏଥିରେ ବ୍ୟତିକ୍ରମ ଦେଖା ଦେଲେ ଆଇନ ଅନୁଯାୟୀ ପୂଜା କମିଟି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରିଣୀ ସୂଚନା ଦେଇଥିଲେ । ଏହି ବୈଠକରେ ବ୍ରହ୍ମବରଦା, ମହେଶ୍ୱରପୁର, ବନ୍ଧଡିହ,ଝାଲପଡା, ରୁଦ୍ରପୁର,ମଙ୍ଗରାଜପୁର,ଅର୍ଥଙ୍ଗା ଓ ମଙ୍ଗଳପୁର ଆଦି ପଂଚାୟତର ବିଭିନ୍ନ ପୂଜା କମିଟିର ସଭ୍ୟ ଓ ସ୍ଥାନୀୟ ଜନ ପ୍ରତିନିଧି ସାମିଲ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande