ସୁଜୁକିର ପ୍ରଥମ ବୈଶ୍ୱିକ ଇଲେକ୍ଟ୍ରିକ ବାହାନ ଇ-ଭିଟାରାର ଲୋକାର୍ପଣ କଲେ ପିଏମ ମୋଦି, ଶହେରୁ ଅଧିକ ଦେଶକୁ ହେବ ରପ୍ତାନୀ
ଅହମଦାବାଦ, 26 ଅଗଷ୍ଟ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜରାଟର ହଂସଲପୁର ସ୍ଥିତ ସୁଜୁକି ମୋଟର ପ୍ଲାଣ୍ଟରୁ କମ୍ପାନୀର ପ୍ରଥମ ବିଶ୍ୱ ଇଲେକ୍ଟ୍ରିକ୍ ବ୍ୟାଟେରୀ ଯାନ ‘ଇ-ଭିଟାରା’ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଭାରତରେ ନିର୍ମିତ ଏହ
ସୁଜୁକିର ପ୍ରଥମ ବୈଶ୍ୱିକ     ଇଲେକ୍ଟ୍ରିକ ବାହାନ ଇ-ଭିଟାରାର ଲୋକାର୍ପଣ କଲେ ପିଏମ ମୋଦି, ଶହେରୁ ଅଧିକ ଦେଶକୁ ହେବ     ରପ୍ତାନୀ


ଅହମଦାବାଦ, 26 ଅଗଷ୍ଟ (ହି.ସ.)- ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜରାଟର ହଂସଲପୁର ସ୍ଥିତ ସୁଜୁକି ମୋଟର ପ୍ଲାଣ୍ଟରୁ କମ୍ପାନୀର

ପ୍ରଥମ ବିଶ୍ୱ ଇଲେକ୍ଟ୍ରିକ୍ ବ୍ୟାଟେରୀ ଯାନ ‘ଇ-ଭିଟାରା’ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଭାରତରେ ନିର୍ମିତ

ଏହି ଇଲେକ୍ଟ୍ରିକ୍ କାରକୁ ୟୁରୋପ୍ ଓ ଜାପାନ୍ ଭଳି ଉନ୍ନତ ବଜାର ସମେତ 100ରୁ ଅଧିକ ଦେଶକୁ ରପ୍ତାନୀ

କରାଯିବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ

ମୋଦି ହଂସଲପୁରରେ ସୁଜୁକିର ଇଭି ଉତ୍ପାଦନ ସୁବିଧାକୁ ଦେଖିଥିଲେ ଏବଂ ଅହମଦାବାଦ ଜିଲ୍ଲାର

ହଂସଲପୁର ଅଞ୍ଚଳରେ ଥିବା ଟିଡିଏସଲିଥିଅମ୍-ଆୟନ ବ୍ୟାଟେରୀ କାରଖାନାରେ ହାଇବ୍ରିଡ୍ ବ୍ୟାଟେରୀ

ଇଲେକ୍ଟ୍ରୋଡ୍ ର ସ୍ଥାନୀୟ ଉତ୍ପାଦନର ଉଦ୍ଘାଟନ କରିଛନ୍ତି । ଏହି କାରଖାନା ଟୋସିବା, ଡେନ୍ସୋ ଓ ସୁଜୁକିର ଏକ ଯୁଗ୍ମ ଉଦ୍ୟମ। ଏହା ମାଧ୍ୟମରେ ବ୍ୟାଟେରୀ

ମୂଲ୍ୟର 80% ରୁ ଅଧିକ ଭାଗ ଭାରତରେ ନିର୍ମିତ ହେବ, ଯାହା ଆତ୍ମନିର୍ଭର ଭାରତ ଅଭିଯାନକୁ ଶକ୍ତି ଦେବ।

ଏହି କାର୍ଯ୍ୟକ୍ରମରେ

ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ସୁଜୁକି ମୋଟର କର୍ପୋରେସନର ବ୍ୟବସ୍ଥାପକ ନିର୍ଦେଶକ

ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହିସାସି ତାକେଉଚିଙ୍କ ସହିତ ଅନ୍ୟ ଅଧିକାରୀମାନେ ଉପସ୍ଥିତ

ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande