ପୁରୀ, ୨୬ ଅଗଷ୍ଟ (ହି.ସ.)- ଆଜି ବିଧିବଦ୍ଧ ଭାବେ ପୁରୀ ଏସପି ପ୍ରତୀକ ସିଂ ଦାୟିତ୍ୱ ଗ୍ରହଣ ସହ କାର୍ଯ୍ୟ ଆରମ୍ଭ କରିଛନ୍ତି | ପୁରୀ ଏକ ଐତିହାସିକ ସହର | ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ, ତୀର୍ଥଯାତ୍ରୀ ପୁରୀକୁ ଆସୁଛନ୍ତି | ସେମାନଙ୍କ ସୁରକ୍ଷା ପୋଲିସର କର୍ତ୍ତବ୍ୟ | ଶ୍ରୀମନ୍ଦିର ଓ ଭକ୍ତମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ | ଶ୍ରୀମନ୍ଦିରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସେବାୟତଙ୍କ ସହଯୋଗ ଲୋଡ଼ାଯିବ | ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ମିଳିମିଶି କାମ କରିବେ | ପୁରୀକୁ ବିଭିନ୍ନ ସ୍ଥାନରୁ ଅସାମାଜିକ ଲୋକ ଆସୁଛନ୍ତି, ସେମାନଙ୍କ ପ୍ରତି କଡା ନଜର ରଖାଯିବ | ଜିଲ୍ଲାର କ୍ରାଇମ, କ୍ରିମିନାଲ, ନିଶା ବେପାର ଓ ସମୁଦ୍ରକୂଳ ଉପରେ ତୀକ୍ଷ୍ଣ ନଜର ପୋଲିସ ରଖିବ | ଗତକାଲି ଶ୍ରୀମନ୍ଦିର ରେ ମହାପ୍ରଭୁ ଙ୍କୁ ଶ୍ରୀ ସିଂ ଦର୍ଶନ କରିଥିଲେ | ଆଜି ଆନୁଷ୍ଠାନିକ ଭାବେ ପୂର୍ବତନ ଏସପି ପିନାକ ମିଶ୍ରଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଥିଲେ | ଦାୟିତ୍ବ ଗ୍ରହଣ ପରେ ବୈଠକ ହଲରେ ସାମ୍ବାଦିକମାନଙ୍କ ସହ ପରିଚିତ ହେବା ସହ ମତାମତ ଗ୍ରହଣ କରିଥିଲେ | ପରେ ଜିଲ୍ଲାରେ ଥିବା ସବୁ ଥାନାର ଅଧିକାରୀମାନେ ନୂଆ ଏସପି ଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ | ଜିଲ୍ଲାର ଆଇନ ଶୃଙ୍ଖଳା, ବିଭିନ୍ନ ଥାନା ଅଞ୍ଚଳରେ ଅପରାଧ ଓ ଅପରାଧୀ ହ୍ରାସ କରିବା ସମ୍ପର୍କରେ ଆଲୋଚନା କରିଥିଲେ |
ହିନ୍ଦୁସ୍ଥାନ ସମାଚାର / ବିଜୟ