ପୂର୍ବତଟ ରେଳପଥ ପକ୍ଷରୁ ପୋସ୍ ଆଇନ ଅନୁପାଳନ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର,୨୬ ଅଗଷ୍ଟ (ହି.ସ.)- ପୋସ୍ ଆଇନ (କର୍ମସ୍ଥଳୀରେ ମହିଳାମାନଙ୍କ ଯୌନ ଉତ୍ପୀଡ଼ନ (ନିବାରଣ, ନିଷେଧ ଏବଂ ପ୍ରତିକାର) ଆଇନ, ୨୦୧୩ ର ଅନୁପାଳନ ପ୍ରତି ପ୍ରତିବଦ୍ଧତା ଏବଂ ଯେକୌଣସି ପ୍ରକାରର ଯୌନ ଉତ୍ପୀଡ଼ନରୁ ମୁକ୍ତ ଏକ ସୁରକ୍ଷିତ କାର୍ଯ୍ୟ ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ, ପୂର୍ବତଟ ରେଳପଥ ପକ
ପୂର୍ବତଟ ରେଳପଥ ପକ୍ଷରୁ ପୋସ୍ ଆଇନ ଅନୁପାଳନ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ


ଭୁବନେଶ୍ୱର,୨୬ ଅଗଷ୍ଟ (ହି.ସ.)- ପୋସ୍ ଆଇନ (କର୍ମସ୍ଥଳୀରେ ମହିଳାମାନଙ୍କ ଯୌନ ଉତ୍ପୀଡ଼ନ (ନିବାରଣ, ନିଷେଧ ଏବଂ ପ୍ରତିକାର) ଆଇନ, ୨୦୧୩ ର ଅନୁପାଳନ ପ୍ରତି ପ୍ରତିବଦ୍ଧତା ଏବଂ ଯେକୌଣସି ପ୍ରକାରର ଯୌନ ଉତ୍ପୀଡ଼ନରୁ ମୁକ୍ତ ଏକ ସୁରକ୍ଷିତ କାର୍ଯ୍ୟ ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ, ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱରର କୋଚିଂ ଡିପୋରେ ଏକ ସମ୍ବେଦନଶୀଳତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟସ୍ଥଳରେ ହେଉଥିବ ଉତ୍ପୀଡ଼ନର ସମାଧାନ ଉପରେ କେନ୍ଦ୍ରିତ ଏକ ସୂଚନାପ୍ରଦ ଏବଂ ଆକର୍ଷଣୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା।

ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ କର୍ପୋରେଟ୍ କ୍ଷେତ୍ରରେ ୧୮ ବର୍ଷରୁ ଅଧିକ ଅଭିଜ୍ଞତା ସହିତ ଜଣେ ଅଭିଜ୍ଞ ପରିଚାଳନା ବିଶେଷଜ୍ଞ ଏବଂ ପ୍ରେରଣାଦାୟକ ବକ୍ତା ଶ୍ରୀମତୀ କାନ୍ତା ମହାନ୍ତି ମହିଳାମାନଙ୍କ ପାଇଁ ଏକ ସୁରକ୍ଷିତ ଏବଂ ସମ୍ମାନଜନକ କାର୍ଯ୍ୟସ୍ଥଳ ସୃଷ୍ଟି କରିବାର ଗୁରୁତ୍ୱ ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ସେ ପୋସ୍ ଆଇନ ୨୦୧୩ ର ପ୍ରମୁଖ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ, ଯେଉଁଥିରେ ଅଭିଯୋଗଗୁଡ଼ିକର ସମାଧାନ ପାଇଁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଏବଂ ସ୍ଥାନୀୟ ଅଭିଯୋଗ କମିଟି (ଗଠନ, ନିଯୁକ୍ତିଦାତାଙ୍କ ପ୍ରତିରୋଧ, ନିଷେଧ, ପ୍ରତିକାର ଦାୟିତ୍ୱ ଏବଂ ଯୌନ ନିର୍ଯାତନା ମାମଲା ପରିଚାଳନାରେ ଜଡିତ ଆଇନଗତ ପ୍ରକ୍ରିୟା ବିଷୟରେ ଗୁରୁତ୍ୱ ଦେଇଥିଲେ।

ଭୁବନେଶ୍ୱରର କୋଚିଂ ଡିପୋର ଆଗଧାଡିର କର୍ମଚାରୀମାନେ ଏବଂ ଖୋର୍ଦ୍ଧା ରୋଡ ମଣ୍ଡଳର ଅନ୍ୟାନ୍ୟ କର୍ମଚାରୀମାନ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ଏହି ସଚେତନତା ଅଧିବେଶନରେ ମୁଖ୍ୟ କାର୍ମିକ ଅଧିକାରୀ ଶ୍ରୀମତୀ ସାଗରିକା ପଟ୍ଟନାୟକ ଏବଂ ସୁରେଶ ବେହେରା ଓ ନିଲେଶ କୁମାରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଖୋର୍ଦ୍ଧା ରୋଡ ମଣ୍ଡଳର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର କାର୍ଯ୍ୟନିର୍ବାହୀ ସଦସ୍ୟ ପି.କେ. ବେହେରା ଏବଂ ଶ୍ରୀମତୀ ତପସ୍ୱିନୀ ମହାନନ୍ଦିଆ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ସମସ୍ତ କର୍ମଚାରୀଙ୍କ ପାଇଁ ଏକ ସୁରକ୍ଷିତ ଏବଂ ଉତ୍ପୀଡ଼ନମୁକ୍ତ କର୍ମକ୍ଷେତ୍ର ସୃଷ୍ଟି କରିବାରେ ପୂର୍ବତଟ ରେଳପଥ ପକ୍ଷରୁ ଚାଲିଥିବା ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande