ଅମଲା ମୋ ପରିବାର ସଦସ୍ୟ - ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର, ୨୬ ଅଗଷ୍ଟ (ହି.ସ.)- ଅମଲା ସଂଘ ଆନ୍ଦୋଳନ ପ୍ରତ୍ୟାହୃତ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ସେମାନେ ମୋ ପରିବାରର ସଦସ୍ୟ। ଅବୁଝା ଅମଲା ଆଉ ୧୫ ଦିନ ଆଗରୁ ବୁଝିଥିଲେ, ଲୋକ ମାନେ ହଇରାଣ ହୋଇ ନଥାନ୍ତେ। ତେବେ ୧୫ ଦିନ ଭିତରେ ଯେଉ
ଅମଲା ମୋ ପରିବାର ସଦସ୍ୟ - ରାଜସ୍ୱ ମନ୍ତ୍ରୀ


ଭୁବନେଶ୍ୱର, ୨୬ ଅଗଷ୍ଟ (ହି.ସ.)- ଅମଲା ସଂଘ ଆନ୍ଦୋଳନ ପ୍ରତ୍ୟାହୃତ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ସେମାନେ ମୋ ପରିବାରର ସଦସ୍ୟ। ଅବୁଝା ଅମଲା ଆଉ ୧୫ ଦିନ ଆଗରୁ ବୁଝିଥିଲେ, ଲୋକ ମାନେ ହଇରାଣ ହୋଇ ନଥାନ୍ତେ। ତେବେ ୧୫ ଦିନ ଭିତରେ ଯେଉଁ ସବୁ କାମ ଅଟକି ରହିଛି, ତାକୁ ଯଥାଶୀଘ୍ର ସଂପୂର୍ଣ୍ଣ କରିବାକୁ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅମଲାଙ୍କ ସମସ୍ୟା ବାବଦରେ ବିଭାଗ ସବୁବେଳେ ସମ୍ବେଦନଶୀଳ ଅଛି। ଓଡ଼ିଶାର ସାମୁହିକ ସ୍ୱାର୍ଥ ଏବଂ ରାଜସ୍ୱ କର୍ମଚାରୀଙ୍କୁ ଭଲ କାମ କରିବା ପାଇଁ ପ୍ରେରିତ କରିବା ପାଇଁ ତାଙ୍କ ପଦୋନ୍ନତିରେ ସଂଶୋଧନ ଦରକାର । ତେଣୁ ଏ ନେଇ ସରକାର ଗୁରୁତର ସହ ଚିନ୍ତା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande