ଲକ୍ଷ୍ନୌ, 26 ଅଗଷ୍ଟ (ହି.ସ.)
- ବିରୋଧୀଙ୍କପକ୍ଷରୁ
ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଜଷ୍ଟିସ ବି. ସୁଦର୍ଶନ ରେଡ୍ଡି ମଙ୍ଗଳବାର ଲକ୍ଷ୍ଣୌ ପହଞ୍ଚିଛନ୍ତି।
ଲକ୍ଷ୍ଣୌ ବିମାନବନ୍ଦରରେ କଂଗ୍ରେସ୍ ଏବଂ ସମାଜବାଦୀ ପାର୍ଟି (ସପା) ର କର୍ମୀମାନେ ତାଙ୍କର ଭବ୍ୟ
ସ୍ବାଗତ କରିଛନ୍ତି।
ଏହି ଅବସରରେ କଂଗ୍ରେସ୍
ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ଅଜୟ ରାୟ, ବରିଷ୍ଠ ନେତା ଓ ରାଜ୍ୟସଭା ସାଂସଦ ପ୍ରମୋଦ ତିୱାରୀ ସହିତ କଂଗ୍ରେସ୍ ଓ ସପାର ଅନ୍ୟ ନେତାମାନେ
ଉପସ୍ଥିତ ଥିଲେ। କଂଗ୍ରେସ୍ ପାର୍ଟିର ପ୍ରଦେଶ
କାର୍ଯ୍ୟାଳୟରେ ସେ ଜନପ୍ରତିନିଧିମାନଙ୍କୁ ଭେଟିବେ ଏବଂ ସମର୍ଥନ ଯୋଗାଡ କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା