ଗଂଜାମ, 27 ଅଗଷ୍ଟ (ହି.ସ.) ପ୍ରତିଦିନ ବେଧଡକ ଭାବେ ମୋରମ୍ ଚାଲାଣ ହେଉଥିଲେ ମଧ୍ୟ ଜିଲ୍ଲାର ମନ୍ତ୍ରୀ ଓ ପ୍ରଶାସନ, ମାଇନ୍ସ ସବୁ ଦେଖି ନୀରବ। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଞ୍ଜିଆ ପଞ୍ଚାୟତ ର ବାଳକୃଷ୍ଣ ପୁର ଗ୍ରାମ ରେ ଥିବା କେରାଣ୍ଡିମାଳ ପର୍ବତ ନିକଟରେ ଶାସନ ଦଳ ର କିଛି ନେତା ମନ୍ତ୍ରୀ ଙ୍କ ଛାୟାଛତ୍ର ତଳେ ରହି ପ୍ରତିଦିନ ରାତି ଅଧିଆ ମୋରମ୍ ଚାଲାଣ କରୁଛନ୍ତି। ମନ୍ତ୍ରୀ ସବୁ ଦେଖି ନୀରବ। ଦଳୀୟ ନେତା ଙ୍କ ଉପରେ କାହିଁକି ନେଉନାହାନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ।ମୋରମ୍ ମାଫିଆ ଙ୍କ ସହ ଜିଲ୍ଲା ପ୍ରଶାସନ ର ମଧୁଚନ୍ଦ୍ରିକା ରହିଥିବା ଚର୍ଚ୍ଚା ଜୋର ଧରିଛି। କିଛି ଦିନ ତଳେ ମୋରମ୍ ଚାଲାଣ ବେଳେ ମାଡି ବସିଲେ ଗ୍ରାମବାସୀ। ହେଲେ ପ୍ରଶାସନ ମୋରମ ମାଫିଆ ଙ୍କ ଉପରେ କାହିଁକି ନେଉନାହାନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ। ମାଇନ୍ସ ବିଭାଗ ମୋରମ୍ ଗାଡି କୁ ଧରିଲେ ମୋରମ୍ ମାଫିଆ ମାନେ ମୋଟା ଅଙ୍କର ଟଙ୍କା ବାନ୍ଧି ଗାଡି ଗୁଡିକ ନେଇଯାଉଥିବା ସାଧାରଣ ରେ ଚର୍ଚ୍ଚା। ସେହିପରି କୁକୁଡାଖଣ୍ଡି ବ୍ଲକ ଅଞ୍ଚଳ ରେ ରାତି ଅଧିଆ ମୋରମ୍ ଚାଲାଣ ହେଉଥିବା ଦେଖିବାକୁ ମିଳୁଛି। ବିଶେଷ କରି ଶାସନ ଦଳ ର ନେତା ମାନେ ମୋରମ୍ ଚାଲାଣ କରୁଥିବା ବୁଦ୍ଧିଜୀବି ଙ୍କ ମହଲରେ ଶୁଣିବାକୁ ମିଳୁଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ