ଭୁବନ, ୨୭ ଅଗଷ୍ଟ(ହି.ସ.) – ଭୁବନରେ ଦ୍ୱିତୀୟ ଦଶହରାର ମାନ୍ୟତା ପାଇଥିବା ପ୍ରସିଦ୍ଧ ଗେଣଶ ପୂଜା ଆରମ୍ଭ ହୋଇଛି। ରୟାଲିୟିନ୍ସ କ୍ଲବ, ଟାଇଟନସ କ୍ଲବ , ଡେଭିଲ୍ କ୍ଲବ, ଏକ୍ସସାେଇଟଡ କ୍ଲବ, ରକ୍ ଗଣପତ୍ କ୍ଲବ, ଡାଇନା ମିକ କ୍ଲବ, ଗ୍ଲୋରିଅସ କ୍ଲବ,ସ୍ପର୍କ୍ଳର କ୍ଲବ, ସୂଯର୍ନ୍ସ କ୍ଲବ, ଫ୍ରେଣ୍ଡସିପ କ୍ଲବ, ବ୍ରିଲିଆଣ୍ଟ କ୍ଲବ, ୱାରିଅର କ୍ଲବ, ଡାଜଳିଙ୍ଗ କ୍ଲବ, ରିବିଲିଓନସ କ୍ଲବ , ମୁନଷ୍ଟାର କ୍ଲବ, କିଙ୍ଗଷ୍ଟାର କ୍ଲବ, ଗ୍ଲାଡ଼ିଏଟର କ୍ଲବ, ନାଇସ କ୍ଲବ, ଗୋଲ୍ଡେନ କ୍ଲବ, ଗ୍ୟାଙ୍ଗଷ୍ଟାର କ୍ଲବ, ମେଲଣ କମିଟି ପ୍ରଭୃତି ୨୧ଟି ମଣ୍ଡପେର ପ୍ରଭୁ ଗଜାନନ ବିରାଜ ମାନ କରିଛନ୍ତି। ବିଭିନ୍ନ ମଣ୍ଡପ ରେ ପୌରାଣିକ କଥାବସ୍ତୁ ଆଧାରରେ ମୂର୍ତି ତିଆରି ହୋଇଛି। ଗତ ବର୍ଷ ଡାଜଲିଙ୍ଗ କ୍ଲବ ଅବିକଳ ଶ୍ରୀମନ୍ଦିର ଓ ଗଜାନନ ବେଶ କରି ସମଗ୍ର ରାଜ୍ୟେର ଚର୍ଚ୍ଚାକୁ ଆସିଥିବା େବେଳ ଚଳିତ ବର୍ଷ ରୟାଲିୟନ୍ସ କ୍ଲବ ୧୨ ବର୍ଷ ପୂର୍ତି ଗଣେଶ ପୂଜା ପାଳନ କରୁଥିବାରୁ ହାଇସ୍କୁଲ ପଡ଼ିଅୋର େଅଯାଧ୍ୟା ରାମ ମନ୍ଦିର ର ଅବିକଳ ନକଲ ନିର୍ମାଣ କରି ବେଶ୍ ଚର୍ଚ୍ଚାକୁ ଆସିଛି। ଆସନ୍ତା ୩ ଓ ୪ ତାରିଖ ଦୁଇ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। କ୍ଲବର ବରିଷ୍ଠ ସଦସ୍ୟ ଲୋକନାଥ ପାତ୍ର, ସଭାପତି ପିଂଟୁ ଦାସ , ସମ୍ପାଦକ ନିମର୍ଳ ଚନ୍ଦ୍ର ପୋଥାଳଙ୍କ ସେମତ ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରୁଛନ୍ତି। ୧୫ ବର୍ଷ ପୂର୍ତି ଉପଲେକ୍ଷ ରକ୍ ଗଣପତ କ୍ଲବ ବଦ୍ରିନାଥ ଧାମ କରିଛି େ।ପେଟ୍ରାଲ ପମ୍ପ(ବାଇପାସ୍) ଛକରୁ କାଳୀ ବଜାର,ଅରବିନ୍ଦ ମାର୍ଗରୁ ନୂଆ ବଜାର(ବସଷ୍ଟାଣ୍ଡ) ପର୍ଯ୍ୟନ୍ତ ସୁଉଚ୍ଚ ତୋରଣ, ଆକଷର୍ଣୀୟ ସାଜସଜ୍ଜା ସହିତ ରଙ୍ଗୀନ ଅୋଲାକମାଳୋର ଭୁବନ ଝଲସୁଛି। ଦୋଳି, ମିନା ବଜାର ଗେଣଶ ପୂଜାକୁ ଅଧିକ ଆକଷର୍ଣୀୟ କରୁଛି। ପ୍ରଥମ ଦିନେର ଅସମ୍ଭବ ଭିଡ ହୋଇଛି ଓ ପୋଲିସ ତରଫରୁ ଭିଡ ନିୟନ୍ତ୍ରଣ କରାଯାଉଛି।
କିଙ୍ଗଷ୍ଟାର କ୍ଲବ ଆସନ୍ତା ୨ ଓ ୩ ତାରିଖ ଓ ଗେଣଶ ମେଲଣ ମେହାତ୍ସବ କମିଟି ୫ ଓ ୬ ତାରିଖ ସଂଧ୍ୟୋର ସାଂସ୍କୃତିକ କାର୍ଯ୍ୟକ୍ରମ ଅୋୟାଜନ କରିଥିବା େବେଳ ସେପ୍ଟେମ୍ବର ୭ ତାରିଖ ଦିନ ଭସାଣି ଉତ୍ସବ ଅନୁଷ୍ଠିତ ହେବ।
ହିନ୍ଦୁସ୍ଥାନ ସମାଚାର/ସୁଶାନ୍ତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି