ଚମ୍ପୁଆ, ୨୭ ଅଗଷ୍ଟ (ହି.ସ.) - ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହରାଂଚଳର ସଭାପତିଙ୍କ ନାମ ଘୋଷଣା କରାଯାଇଛି । ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟାରେ ଦଳୀୟ ନେତାମାନେ ନିଦ୍ୱର୍ନ୍ଦରେ ମନୋନୀତ ହୋଇଛନ୍ତି । ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାଏକଙ୍କ ଅନୁମୋଦନ କ୍ରମେ ଏହି ନୂତନ ସଭାପତିଙ୍କ ନାମ ଘୋଷଣା କରାଯାଇଛି । ଏହି କ୍ରମରେ ଚମ୍ପୁଆ ବ୍ଲକ ପାଇଁ ଗଣେଷ କୁମାର ଖିଲାର ଓ ଚମ୍ପୁଆ ଏନ.ଏ.ସି ପାଇଁ ୧ନଂ ୱାର୍ଡ କାଉନସିଲର ଛତ୍ରପତି ନାଏକଙ୍କ ନାମ ଘୋଷଣା କରାଯାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଜେନା ବିଧିବଧ ଭାବେ ଏହି ଘୋଷଣା କରିଛନ୍ତି । ସୂଚନା ଥାଉକି ଶ୍ରୀ ଖିଲାର ଦିର୍ଘ ବର୍ଷ ଧରି ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ନିକଟତମ ଆନୁଗତ୍ୟ ଭାବେ କାର୍ଯ୍ୟ କରି ଆସୁଅଛନ୍ତି । ସେହିପରି ଚମ୍ପୁଆ ଏନ.ଏ.ସି ୧ ନଂ ୱାର୍ଡ ଗୋଧୂଳିର କାଉନସିଲର ଶ୍ରୀ ନାଏକ ଛାତ୍ର ଜୀବନରୁ ଜନସେବା ପ୍ରତି ରୁଚି ରଖିଥିବା ବେଳେ ଚଳିତ ଥର କାଉନସିଲର ଭାବେ ନିର୍ବାଚିତ ହୋଇ ଜନସେବା ଜାରି ରଖିଛନ୍ତି।
ତେବେ ଯୁବ ନେତା ଶ୍ରୀ ନାଏକ ନଗର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ଚମ୍ପୁଆ ଏନଏସି ର ସମସ୍ତ ୱାର୍ଡରେ ଆନନ୍ଦର ଲହରୀ ଖେଳି ଯାଇଛି । ନବ ନିର୍ବାଚିତ ସଭାପତିଙ୍କୁ ବିଜେଡି ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ନେତୃତ୍ୱରେ ଦଳ ଅଧିକ ସଂଗଠିତ ଓ ସଶକ୍ତ ହେବ ବୋଲି କହିଛନ୍ତି ।
---------------
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta