ଧାମନଗର ଅଂଚଳରେ ଗଣେଶ ପୂଜା ଅନୁଷ୍ଠିତ
ଭଦ୍ରକ, ୨୭ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ରେ ବିଭିନ୍ନ ସ୍ଥାନରେ ପୂଜାମଣ୍ଡପ ରେ ଶ୍ରୀ ଗଣେଶ ଙ୍କ ପୂଜା ଅନୁଷ୍ଠିତ ହୋଇଚୀ।ବିଭିନ୍ନ ପୂଜା ମଣ୍ଡପ ରେ ଶ୍ରୀ ଗଣେଷ ଙ୍କ ମୃଣ୍ମୟ ମୂର୍ତୀ ନିର୍ମାଣ କରାଯାଇ ନୀତି ରୀତି ଅନୁଯାଇ ପୂଜାର୍ଚ୍ଚନା କରା ଯାଇଛି।ରଙ୍ଗ ବେରଙ୍ଗ ର ଆଲୋକ ମାଳରେ ପୂଜା ମ
DHAMNAGAR GANESH PUJA


ଭଦ୍ରକ, ୨୭ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ରେ ବିଭିନ୍ନ ସ୍ଥାନରେ ପୂଜାମଣ୍ଡପ ରେ ଶ୍ରୀ ଗଣେଶ ଙ୍କ ପୂଜା ଅନୁଷ୍ଠିତ ହୋଇଚୀ।ବିଭିନ୍ନ ପୂଜା ମଣ୍ଡପ ରେ ଶ୍ରୀ ଗଣେଷ ଙ୍କ ମୃଣ୍ମୟ ମୂର୍ତୀ ନିର୍ମାଣ କରାଯାଇ ନୀତି ରୀତି ଅନୁଯାଇ ପୂଜାର୍ଚ୍ଚନା କରା ଯାଇଛି।ରଙ୍ଗ ବେରଙ୍ଗ ର ଆଲୋକ ମାଳରେ ପୂଜା ମଣ୍ଡପ ବେସ ଆକର୍ଷଣ ହୋଇଛି।ତେବେ ଝିପି ଝିପି ବର୍ଷାରେ ଦିନ ବେଳା ଟିକିଏ ଫିଖା ପଡ଼ିଥିଲା ହେଲେ ସନ୍ଧ୍ୟା ରେ ବେସ ଆକର୍ଷଣ ହୋଇ ଥିଲା। ରାଧାବଲ୍ଲଭପୁର ପଂଚାୟତ ରେ ବନ୍ଦଟିଆ ଗ୍ରାମ ରେ ଶହେ ବର୍ଷରୁଉର୍ଦ୍ଧଧରି ଶ୍ରୀ ଗଣେଷ ଙ୍କ ପୂଜା ଧୁମ ଧାମରେ ଅନୁଷ୍ଠିତ ହେଉଛି, ଧାମନଗର ତାଳପଦା ରେ ମଧ୍ୟ ମହାଆଡମ୍ୱର ପୂଜା ଅନୁଷ୍ଠିତ ହେଉଛି। ରାମେଶ୍ୱରପୁର ସ୍ଥିତ ମା ରକ୍ଷାକାଳୀ ଙ୍କ ପୀଠରେ ଓ ହନୁମାନ ଛକ ବେଶ ଧୁମ ଧାମରେ ଶ୍ରୀ ଗଣେଷ ଙ୍କ ପୂଜା କରା ଯାଉଛି। ରଙ୍ଗ ବେରଙ୍ଗ ର ତୋରଣ ସହ ଆଲୋକ ରେ ପୂଜା ମଣ୍ଡପ ଝଲସୁଚି। ରାମେଶ୍ୱରପୁର ଆର ଆଇ ଛକ ରେ ହରେକ୍ ମାଲ ଦୋକାନ ଓ ମିନ ବଜାର ରେ ବେଶ ଗହଳି ଲାଗିଚି।୬ ଦିନ ଧରି ଉକ୍ତ ପୂଜା ମଣ୍ଡପରେ ସନ୍ଧ୍ୟା ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ ବୋଲି କମିଟି ପକ୍ଷରୁ ସୁଚନା ମିଳିଛି। ସେହିପରି ଧାମନଗର ବ୍ଲକର ବିଭିନ୍ନ ସରକାର ବେସରକାରୀ ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ମଣ୍ଡପରେ ଗଣେଶ ପୂଜା ହୋଇଛି । ବିଭିନ୍ନ ବ୍ୟବସାୟୀ ପ୍ରତିଷ୍ଠାନ ଓ କ୍ଲବ ଟ୍ୟୁଟୋରିଆଲ, କମ୍ପ୍ୟୁଟର ସେଂଟର ବିଘ୍ନ ବିନାଶ ଙ୍କ ପୂଜାର୍ଚ୍ଚନା ହୋଇଛି। ତେବେ ବର୍ଷା ଓ ବନ୍ୟା ରେ ଲୋକ ଙ୍କ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ଦୁଃଖ କଷ୍ଟ ରେବି ଶ୍ରୀ ଗଣେଷ ଙ୍କ ପୂଜା କରା ଯାଉଥିବା ଦେଖିବାକୁ ମିଳିଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande