ଗଞ୍ଜାମ ଜିଲ୍ଲାରେ ଗଣେଶ ପୂଜା, ପଂଚମା ପୀଠରେ ଅଢ଼େଇ ଲକ୍ଷ ଲଡ଼ୁ ପ୍ରସାଦ ବିତରଣ
ଗଞ୍ଜାମ, ୨୭ ଅଗଷ୍ଟ(ହି.ସ.) – ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ଠାରୁ ଆରମ୍ଭ କରି ମଫସଲ ଯାଏ ଶହସ୍ରାଧିକ ସ୍ଥାନରେ ଧୁମ୍‌ଧାମ୍‌ରେ ଗଣେଶ ପୂଜା ଉତ୍ସାହ ଉଦ୍ଦିପନା ସହକାରେ ଅନୁଷ୍ଠିତ ହେଉଛି। ଆକର୍ଷଣୀୟ ଓ ରଙ୍ଗୀନ ଆଲୋକ ମାଳାରେ ମୂର୍ତି ମେଢ଼ଗୁଡ଼ିକ ଝଲସି ଉଠୁଛି। ବିଭିନ୍ନ ଅନୁଷ୍ଠାନ, ଶିକ୍ଷା ଓ ଅଙ୍ଗନବ
ଗଞ୍ଜାମ ଜିଲ୍ଲାରେ ଗଣେଶ ପୂଜା ପଞ୍ଚମାପୀଠରେଅଢେଇଲକ୍ଷଲଡୁ


ଗଞ୍ଜାମ, ୨୭ ଅଗଷ୍ଟ(ହି.ସ.) – ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ଠାରୁ ଆରମ୍ଭ କରି ମଫସଲ ଯାଏ ଶହସ୍ରାଧିକ ସ୍ଥାନରେ ଧୁମ୍‌ଧାମ୍‌ରେ ଗଣେଶ ପୂଜା ଉତ୍ସାହ ଉଦ୍ଦିପନା ସହକାରେ ଅନୁଷ୍ଠିତ ହେଉଛି। ଆକର୍ଷଣୀୟ ଓ ରଙ୍ଗୀନ ଆଲୋକ ମାଳାରେ ମୂର୍ତି ମେଢ଼ଗୁଡ଼ିକ ଝଲସି ଉଠୁଛି। ବିଭିନ୍ନ ଅନୁଷ୍ଠାନ, ଶିକ୍ଷା ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟରେ ଭକ୍ତି ଭାବପୂର୍ଣ୍ଣ ଭାବେ ଗଣେଶ ପୂଜା ଅନୁଷ୍ଠିତ ହେଉଛି। ପଂଚମା ସିଦ୍ଧ ଗଣେଶ ପୀଠରେ ଅଢ଼େଇ ଲକ୍ଷ ଲଡ଼ୁ ପ୍ରସାଦ ରୂପେ ପ୍ରସ୍ତୁତ ହେବାସହ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ପାଇଁ

ଖେଚୁଡ଼ି ଭୋଗ ପୁଡ଼ିଆ ମଧ୍ୟ ମାଗଣା ବିତରଣ କରାଯାଇଛି। ମନ୍ଦିର ରାତି ଦଶଟା ଯାଏ ଖୋଲା ରହିବ ବୋଲି ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛ।

ହିନ୍ଦୁସ୍ଥାନ ସମାଚାର/ହୃଷିକେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande