Bhubaneswar, 27 ଅଗଷ୍ଟ (ହି.ସ.)
ଜୟପୁର, : କୋରାପୁଟ ଜିଲ୍ଲା ଜୟପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାରେ ସାରର ଅଭାବୀ ବିକ୍ରି ଏଭଂ କଳାବଜାରୀକୁ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଧାୟକ ତାରା ପ୍ରସାଦ ବାହିନୀପତି ସୂଚନା ଦେଇ ଛନ୍ତି । ଜିଲ୍ଲାରେ ଚାଷୀ ମାନଙ୍କର ଜମି ଚାଷ କାର୍ଯ୍ୟ ଜୋରଦାର ଚାଲିଥିବା ବେଳେ ଜିଲ୍ଲାରେ କୃତ୍ରିମ ଅଭାବୀବିକ୍ରି ଏବଂ କଳାବଜାର ସୃଷ୍ଟି କରାଯାଉଛି । ଏହିପରି ଆସନ୍ତା ରବିବାର ସୁଦ୍ଧା ଜିଲ୍ଲାରେ ଦୁଇଟି କର୍ମ୍ପାନୀର ୩ହଜାର ୬ଶହ ମ୍ୟାଟ୍ରିକ ଟନ ସାର ମାଲବାହୀ ଟ୍ରେନ ଯୋଗେ ପହଞ୍ଚିବ । କୌଣସି ଚାଷୀଙ୍କୁ ସାର ପାଇଁ ଚିନ୍ତିତ ହେବାରୁ ଦିଆଯିବ ନାହିଁ । ଏହିପରି ରାଜ୍ୟ ସରକାଙ୍କ ନିକଟରୁ ଆବଶ୍ୟକ ସାର ନେଇ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯାଇଛି ଏବଂ ନିଜେ ବିଧାୟକ ରାଜ୍ୟର କୃଷିମନ୍ତ୍ରୀଙ୍କୁ ଜିଲ୍ଲାରେ ଚାଷୀ ମାନଙ୍କୁ ଆବଶ୍ୟକ ସାର ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ଏହିପରି ଆବଶ୍ୟକ ସ୍ଥଳେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ସେ ପ୍ରସ୍ତୁତ ଏବଂ ଚାଷୀଙ୍କ ପଛରେ ସେ ରହିଛନ୍ତି ବୋଲି ବିଧାୟକ ଶ୍ରୀ ବାହିନୀପତି କହିଛନ୍ତି । ତେଣୁ ଏହି ପରିପ୍ରେକ୍ଷୀରେ ଚାଷୀ ମାନେ ନିଜ ଜମି କାର୍ଯ୍ୟରେ ବ୍ୟସ୍ତ ରହିଥିବା ବେଳେ ସେମାନଙ୍କୁ ଡାକି ଘେରାଉ ଏବଂ ଆନ୍ଦୋଳନ କରିବାର କୌଣସି ଆବଶ୍ୟକ ନାହିଁ ବୋଲି କହିଛନ୍ତି । ସେହିପରି କଳାବଜାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ନକଲି ପଟାସ ଗୁଡିକର ନମୁନା ସଂଗ୍ରହ କରାଯାଇ ଯାଞ୍ଚ କରାଯିବ ଏବଂ କୋଟପାଡର ମଧ୍ୟ ଯାଞ୍ଚ ପାଇଁ ପଠାଯାଇଛି , ଏହାର ରିପୋର୍ଟ ମିଳିବା ପରେ ଦୃଢ ପଦକ୍ଷପ ଗ୍ରହଣ କରିବାକୁ ବିଧାୟକ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏହି ଅବସରରେ ବରିଷ୍ଠ ନେତା ନିହାର ବିଶୋୟ, ବସନ୍ତ ନାୟକ, ଗିରିଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି