ରବି ୨୦୨୫-୨୬ ପାଇଁ ସି ଏମ୍ କିଷାନ ସହାୟତା ରାଶି ପ୍ରଦାନର ରାଜ୍ୟସ୍ତରୀୟ ପ୍ରଦାନ
ବଲାଙ୍ଗୀର, ୨୭ ଅଗଷ୍ଟ(ହି.ସ.) – ପବିତ୍ର ନୂଆଁଖାଇ ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ରବି ୨୦୨୫-୨୬ ପାଇଁ ସି ଏମ୍ କିଷାନ ସହାୟତା ରାଶି ପ୍ରଦାନର ରାଜ୍ୟସ୍ତରୀୟ ଉତ୍ସବ ଓୟୁଏଟି ଭୁବନେଶ୍ୱର ସ୍ଥିତ କୃଷି ଶିକ୍ଷା ସଦନଠାରେ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମ ୩୦ ଗୋଟି ଜିଲ୍ଲା ପାଇଁ ଲାଇ
ରବି ୨୦୨୫-୨୬ ପାଇଁ ସି ଏମ୍ କିଷାନ ସହାୟତା ରାଶି ପ୍ରଦାନର ରାଜ୍ୟସ୍ତରୀୟ


ରବି ୨୦୨୫-୨୬ ପାଇଁ ସି ଏମ୍ କିଷାନ ସହାୟତା ରାଶି ପ୍ରଦାନର ରାଜ୍ୟସ୍ତରୀୟ


ବଲାଙ୍ଗୀର, ୨୭ ଅଗଷ୍ଟ(ହି.ସ.) – ପବିତ୍ର ନୂଆଁଖାଇ ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ରବି ୨୦୨୫-୨୬ ପାଇଁ ସି ଏମ୍ କିଷାନ ସହାୟତା ରାଶି ପ୍ରଦାନର ରାଜ୍ୟସ୍ତରୀୟ ଉତ୍ସବ ଓୟୁଏଟି ଭୁବନେଶ୍ୱର ସ୍ଥିତ କୃଷି ଶିକ୍ଷା ସଦନଠାରେ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମ ୩୦ ଗୋଟି ଜିଲ୍ଲା ପାଇଁ ଲାଇଭଷ୍ଟ୍ରିମିଂ ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସି ଏମ୍ କିଷାନ ସହାୟତାର ତୃତୀୟ କିସ୍ତି ରେ ୫୧ ଲକ୍ଷ ୫୪ ହଜାର ୧୧୫ ଜଣ କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ କୃଷକ ପରିବାର, ଅନୁକୂତ ଜନଜାତି ସମୂହ ଓ ସହରାଂଚଳର କୃଷକଙ୍କୁ ଡି.ବି.ଟି ମାଧ୍ୟମରେ ମୋଟ ୧,୦୪,୧୨୯ କୋଟି ଟଙ୍କା ପ୍ରଦାନ କରିଛନ୍ତି। ବଲାଙ୍ଗିର ଜିଲ୍ଲାର ୨ ଲକ୍ଷ ୬୬ ହଜାର ୩୫୯ ଜଣ କ୍ଷୁଦ୍ର-ନାମମାତ୍ର, ଭୂମିହୀନ କୃଷି ପରିବାରଙ୍କୁ ସି.ଏମ୍‌–କିଷାନ୍ ଯୋଜନାର ତୃତୀୟ କିସ୍ତି ଟଙ୍କା ଡି.ବି.ଟି. ମାଧ୍ୟମରେ ଟଙ୍କା ପ୍ରଦାନ କରାଗଲା। ବଲାଙ୍ଗିର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ), ଶ୍ରୀ ପବିତ୍ର ବେହେରା, ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ଗୋପାଲଜି ପାଣିଗ୍ରାହୀ, ସାଂସଦଙ୍କ ପ୍ରତିନିଧି ଶ୍ରୀ ମାଧବ ସାଏ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ବାବୁଲି ଚରଣ ସେଠି, ଅଧ୍ୟକ୍ଷ, ରାଇଟ, ଶ୍ରୀ ସୁଧାକର ନନ୍ଦ, କୃଷି ବିଜ୍ଞାନ କେନ୍ଦ୍ର, ବଲାଙ୍ଗିର ର ବରିଷ୍ଠ ବୈଜ୍ଞାନିକ ଶ୍ରୀ ମନୋଜ କୁମାର ବାରିକ ଓ ଅନାନ୍ୟା ବୈଜ୍ଞାନିକ ବୃନ୍ଦ, ଜନ ପ୍ରତିନିଧି ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ଉତ୍ସବ ମଧ୍ୟ ମହା ସମାରୋହରେ ଆୟୋଜିତ ହୋଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱଦ୍ୟାଳୟ ରେ ପ୍ରାୟ ୫୯ କୋଟି ଟଙ୍କା ବ୍ୟୟରେ ଏକ 'କୃଷକ ଭବନ' ଏବଂ କୃଷି ଶିକ୍ଷା ସଦନର ଏକ 'ଅଭ୍ୟର୍ଥନା ଗୃହ' ଉଦଘାଟନ ମଧ୍ୟ କରିଛନ୍ତି। କୃଷକ ପଞ୍ଜିକରଣ ଅବଧି ବୃଦ୍ଧି କରିବା ପାଇଁ ଖୁବ ଶୀଘ୍ର ଘୋଷଣା ହେବ ବୋଲି କହିଛନ୍ତି। ଚାଷୀଙ୍କୁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରାଯାଇଥିଲା ଏବଂ ରେକର୍ଡ ୯୨ ଲକ୍ଷ ୬୩ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଅଛି। ଚଳିତ ବର୍ଷ କୃଷକ ସମୃଦ୍ଧି ଯୋଜନାରେ ବର୍ତମାନ ସୁଦ୍ଧା ୧୮ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିସାରିଛନ୍ତି। ପ୍ରତି ଫସଲ ଋତୁ ପାଇଁ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କୁ ଆବଶ୍ୟକୀୟ କୃଷି ସାମଗ୍ରୀ କ୍ରୟ କରିବା ପାଇଁ ବାର୍ଷିକ ୪୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଥାଏ। ଭୂମିହୀନ କୃଷି ପରିବାରକୁ ଛେଳି, କୁକୁଡ଼ା, ବତକ ପାଳନ ତଥା ଛତୁ/ମହୁଚାଷ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କୃଷି କାର୍ଯ୍ୟ ନିମନ୍ତେ ତିନୋଟି କିସ୍ତିରେ ୧୨୫୦୦ ଟଙ୍କା ପ୍ରଦାନ କରାଯାଇଥାଏ। ରାଜ୍ୟର ୩ ହଜାର ୧୧୫ କ୍ଲଷ୍ଟରରେ ୩୬ ହଜାରରୁ ଅଧିକ ଚାଷୀ ସଚେତନତା କାର୍ଯ୍ୟକ୍ରମ କରାଯାଇ ପ୍ରାୟ ୧ ଲକ୍ଷ ହିତାଧିକାରୀଙ୍କୁ ଆଳୁ ଚାଷରେ ସାମିଲ କରାଯାଇଛି। ରାଜ୍ୟରେ ଶୀତଳଭଣ୍ଡାର ଭିତିଭୂମିକୁ ସୁଦୃଢ କରିବା ଲକ୍ଷ୍ୟ ନେଇ ପ୍ରତ୍ୟେକ ଉପଖଣ୍ଡ ସ୍ତରରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ଘରୋଇ ସହଭାଗିତାରେ ପ୍ରତିଷ୍ଠା କରାଯିବ। ଯୁବ କୃଷି ଉଦ୍ୟୋଗୀ ମାନଙ୍କୁ ବ୍ୟବସାୟ ଭିତିକ ଭିତିଭୂମି ପ୍ରତିଷ୍ଠା ସହ ନିଜର ଆର୍ôଥକ ଉନ୍ନତି ଏବଂ ରାଜ୍ୟର ଗ୍ରାମୀଣ ଅର୍ଥନୀତିରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ରିହାତି ଜରିଆରେ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯାଉଛି। ଉଚ୍ଚ ଶିକ୍ଷା/ବୃତିଧାରୀ ଶିକ୍ଷା ନିମନ୍ତେ କୃଷି ବିଦ୍ୟାନିଧି ଯୋଜନାରେ ସି.ଏମ୍‌. କିଷାନ ହିତାଧିକାରୀଙ୍କ ପିଲାଙ୍କ ପାଇଁ ବୃତି ପ୍ରଦାନ କରାଯାଇଛି। ଆଇ.ଆଇ.ଟି., ଏନ.ଆଇ.ଟି, ଆଇ.ଆଇ.ଏମ୍‌. ଏମ୍ସ ଓ ଆ.ସି.ଏ. ଆର ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ମେଡ଼ିକାଲ, ଇଞ୍ଜିନିୟରିଂ, କୃଷି, ନସିଂ, ଆଇଆଇଟି, ଛାତ୍ରଛାତ୍ରୀ ମାନଙ୍କୁ ଏହି ବୃତି ପ୍ରଦାନର ବ୍ୟବସ୍ଥା ରହିଛି।

ଏହି ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ କହିଥିଲେ ଯେ ସି.ଏମ୍ କିଷାନ ଯୋଜନାରେ ଅଧିକରୁ ଅଧିକ ଯୋଗ୍ୟ ଚାଷୀ ଅନ୍ତର୍ଭୁକ୍ତ ହେଲେ କୃଷି ଓ କୃଷକର ଉନ୍ନତି ହୋଇପାରିବ ଓ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେଯେ, ସରକାରଙ୍କ ପଶୁପାଳନ ଆର୍ôଥକ ସହାୟତା ଯେଭଳି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଆଜି ଲକ୍ଷ ଲକ୍ଷ ଗୋପାଳକ ଭାଇ ଭଉଣୀ ମାନଙ୍କ ମୁହଁରେ ହସ ଫୁଟାଇ ପାରିଛି। ଆଜିର ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ଉପଖଣ୍ଡ ତଥା ବ୍ଲକର କୃଷି ଅଧିକାରୀ ଓ ବିଭିନ୍ନ ବ୍ଲକରୁ ଆସିଥିବା ଚାଷୀମାନେ ଯୋଗଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande