ସମ୍ବଲପୁର, ୨୭ ଅଗଷ୍ଟ (ହି.ସ.)
ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୁଆଁଖାଇ ପାଇଁ ସମ୍ବଲପୁର ସହରରେ ଲୋକେ ବେଶ୍ ସଜବାଜ ହେଉଛନ୍ତି l ଏହି ଅବସରରେ ସମ୍ବଲପୁର ସହରର ଗରିବ ଗୁରୁବା ପରିବାର ଆର୍ଥିକ ଅଭାବ ଯୋଗୁଁ ଯେପରି ନୁଆଁଖାଇ ପାଳନରୁ ବଞ୍ଚିତ ନ ରୁହନ୍ତି ସେଥିପାଇଁ ଚଳିତ ବର୍ଷ ସେମାନଙ୍କୁ ସହଯୋଗର ହାତ ବଢ଼ାଇଛି 'ଭୋଜନ ପରିବାର' l ଆସନ୍ତା କାଲି ନୁଆଁଖାଇ ପର୍ବ ପାଳନ ହେବାକୁ ଥିବା ବେଳେ ଆଜି ଭୋଜନ ପରିବାର ପକ୍ଷରୁ ସମ୍ବଲପୁର ସହରର ବିଭିନ୍ନ ପଡ଼ାରେ ରହୁଥିବା ଅସହାୟ ଗରିବ ପରିବାର ଙ୍କୁ ଚି଼ହ୍ନଟ କରି ନୁଆଁଖାଇ ପାଇଁ ଯାହା ସାମଗ୍ରୀ ଦରକାର ପଡିଥାଏ, ଯଥା ଚାଉଳ, ଅଟା, ସୁଜି, ଡାଲି, ତେଲ, ଲୁଣ, ହଳଦୀ, ଚିନି, ସୋରିଷ, ବେସନ ତଥା କଞ୍ଚା ପନିପରିବା କୁ ମିଶେଇ ୧୭ ଟି ସାମଗ୍ରୀ କୁ ଏକ ବ୍ୟାଗ କରି ୧୭୦ ଗୋଟି ଗିରବ ପରିବାର କୁ ବଣ୍ଟନ କରାଯାଉଛି l ଏହି ଅବସରରେ ଭୋଜନ ପରିବାର ର ମୁଖ୍ୟ ରାମଦାସ ପଣ୍ଡା କହିଛନ୍ତି ଯେ ସମସ୍ତେ ନୁଆଁଖାଇ ପର୍ବ ପାଳନ କରୁଥିବା ବେଳେ ଗରିବ ପରିବାର ମାନେ ଆର୍ଥିକ ଅନଟନ ପାଇଁ ନୁଆଁଖାଇ ପର୍ବ ପାଳନ କରି ପାରୁନାହାନ୍ତି l ତେବେ ଏଥିପାଇଁ ଭୋଜନ ପରିବାର ସମସ୍ତ ସଦସ୍ୟ ମାନେ ଚିନ୍ତା କରି ଏପରି ଏକ ନିଆରା ଛୋଟ ପ୍ରୟାସ ବହୁ ବର୍ଷରୁ ଆରମ୍ଭ କରିଛନ୍ତି l ଗତବର୍ଷ ସମ୍ବଲପୁର, ବୁର୍ଲା, ହୀରାକୁଦ ଅଞ୍ଚଳର ୧୩୦ ଗୋଟି ଗରିବ ପରିବାର ଙ୍କୁ ସାହାଯ୍ୟ କରାଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ ୧୫୦.ଟି ଗରିବ ପରିବାର ଙ୍କୁ ଚି଼ହ୍ନଟ କରି ଭୋଜନ ପରିବାର ପକ୍ଷରୁ ସହଯୋଗ କରାଯାଇଥିବା ନେଇ ସୂଚନା ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ