ପଞ୍ଚମା ସିଦ୍ଧ ବିନାୟକ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ
ଗଂଜାମ, 27 ଅଗଷ୍ଟ (ହି.ସ.) ବ୍ରହ୍ମପୁର ତଥାଗୋଳନ୍ଥରା ନିକଟସ୍ଥ ପଂଚମା ସିଦ୍ଧ ବିନାୟକ ପୀଠରେ ଗଣେଷ ଚତୁର୍ଥୀ ଉପଲକ୍ଷେ ଓଡିଶା ତଥାଓଡିଶା ବାହାରୁ ଲକ୍ଷାଧିକ ଦର୍ଶନାର୍ଥୀ ଗଜାନନକଂ ଦର୍ଶନ କରି ଛନ୍ତି । ମଧ୍ୟ ରାତିରୁ ଦ୍ୱାରଫିଟା ମଗଂଳଆଳତୀ ପୃଜାଅର୍ଚନାପରେ ଶ୍ରଦ୍ଧାଳୁମାନେ ଗଣପତିକଂ ଦର୍ଶନ
ପଞ୍ଚମା ସିଦ୍ଧ ବିନାୟକ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ


ଗଂଜାମ, 27 ଅଗଷ୍ଟ (ହି.ସ.)

ବ୍ରହ୍ମପୁର ତଥାଗୋଳନ୍ଥରା ନିକଟସ୍ଥ ପଂଚମା ସିଦ୍ଧ ବିନାୟକ ପୀଠରେ ଗଣେଷ ଚତୁର୍ଥୀ ଉପଲକ୍ଷେ ଓଡିଶା ତଥାଓଡିଶା ବାହାରୁ ଲକ୍ଷାଧିକ ଦର୍ଶନାର୍ଥୀ ଗଜାନନକଂ ଦର୍ଶନ କରି ଛନ୍ତି । ମଧ୍ୟ ରାତିରୁ ଦ୍ୱାରଫିଟା ମଗଂଳଆଳତୀ ପୃଜାଅର୍ଚନାପରେ ଶ୍ରଦ୍ଧାଳୁମାନେ ଗଣପତିକଂ ଦର୍ଶନ କରି ଥିଲେ । ପୁଲିସ୍ ପକ୍ଷରୁ ଶାନ୍ତି ଶୃଂଖଳାଓ ଟ୍ରାଫିକ ନିୟନ୍ତ୍ରଣ ବ୍ଯବସ୍ଥାଗ୍ରହଣ କରାଯାଇଛି ।ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି ।ସ୍ୱେଛାସେବୀମାନଙ୍କ ପକ୍ଷରୁ ଜନସାଧାରଣଙ୍କୁ ସେବାଯୋଗାଇବାସହ ପାନୀୟ ଜଳବିତରଣ କରାଯାଇଛି । ଦର୍ଶନାର୍ଥୀ ମାନଙ୍କୁ ପ୍ରସାଦ ପୁଡିଆ ମାଗଣା ବିତରଣ କରାଯାଇଛି ଓ ବହୁଅସ୍ଥାଇ ଦୋକାନ ବଜାର ଖୋଲିଛି। ସଂଧା ପର୍ଯ୍ୟନ୍ତ ଦର୍ଶନ ଓ ପୂଜା କାର୍ଯ୍ଯକ୍ରମ ଚାଲୁରହିବ ବୋଲି ମନ୍ଦିର ସୂତ୍ରରୁ ସୂଚନାମିଳିଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande