ପେନସିଲ୍ ମୁନରେ ଗଣେଷ ମୂର୍ତି
ଖୋର୍ଦ୍ଧା, ୨୭ ଅଗଷ୍ଟ(ହି.ସ.) – ଜଟଣୀ ହାଟବଜାର ଗୋପିନାଥପୁରର ସୂକ୍ଷ୍ମ କଳାକାର ଏଲ୍‌. ଈଶ୍ୱର ରାଓ ଚଳିତ ବର୍ଷ ପେନ୍‌ସିଲ ମୂନରେ ୦.୫ ସେମିର ଗଣେଶ ପ୍ରସ୍ତୁତ କରି କରିଛନ୍ତି। ଏଥିପାଇଁ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପେନସିଲ ମୁନରେ ବିଘ୍ନ ବିନାଶକଙ୍କ ମୂର୍ତି କରିବା ପାଇଁ ତାଙ୍କୁ ଆଠ ଘଂଟା
ପେନସିଲ


ଖୋର୍ଦ୍ଧା, ୨୭ ଅଗଷ୍ଟ(ହି.ସ.) – ଜଟଣୀ ହାଟବଜାର ଗୋପିନାଥପୁରର ସୂକ୍ଷ୍ମ କଳାକାର ଏଲ୍‌. ଈଶ୍ୱର ରାଓ ଚଳିତ ବର୍ଷ ପେନ୍‌ସିଲ ମୂନରେ ୦.୫ ସେମିର ଗଣେଶ ପ୍ରସ୍ତୁତ କରି କରିଛନ୍ତି। ଏଥିପାଇଁ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପେନସିଲ ମୁନରେ ବିଘ୍ନ ବିନାଶକଙ୍କ ମୂର୍ତି କରିବା ପାଇଁ ତାଙ୍କୁ ଆଠ ଘଂଟା ସମୟ ଲାଗିଥିବା ସେ କହିଛନ୍ତି। ତେବେ ଇକୋ ଫ୍ରେଣ୍ଡଲି ଏବଂ ଶୃଙ୍ଖଳିତ ପୂଜା ଆୟୋଜନ ପାଇଁ ସେ ବାର୍ତା ଦେଇଛନ୍ତି। ପ୍ରତିବର୍ଷ ପରି ସେ ଚଳିତ ବର୍ଷ ମଧ୍ୟରେ ଈଶ୍ୱର ଆର୍ଟ ଆଣ୍ଡ କ୍ରାଫ୍ଟ ପକ୍ଷରୁ ଗୋବର, ମାଟିରେ ପ୍ରସ୍ତୁତ ଇକୋ ଫ୍ରେଣ୍ଡଲି ଗଣେଶ ବଂଟନ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ରାକେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande