ମରଣାନ୍ତକ ଆକ୍ରମଣ ମାମଲରେ ଅନ୍ୟ ଏକ ଅପରାଧି ଗିରଫ
ଜୟପୁର, 27 ଅଗଷ୍ଟ (ହି.ସ.) ଜୟପୁର ଟାଉନଥାନା ପୋଲିସ ଦୈନିକ ବଜାରରେ ମଦ୍ୟପାନ କରିବା ସହ ଗଣ୍ତଗୋଳ ଏବ˚ ମାରଣାନ୍ତକ ଆକ୍ରମଣ ମାମଲାରେ ଅନ୍ୟ ଏକ ଅଭିଯୁକ୍ତ ଧରିବାରେ ସଫଳ ହୋଇଛି। ଗତକାଲି ଗୋପବନ୍ଧୁ ନଗରର ଜଣେ ଅପରାଧୀକୁ ଧରିବାରେ ସଫଳ ହୋଇଥିବା ବେଳେ ଆଜି ସେହି ଗୋପବନ୍ଧୁନଗର ଅଞ୍ଚଳର ବାଦଲ ନ
ମରଣାନ୍ତକ ଆକ୍ରମଣ ମାମଲରେ ଅନ୍ୟ ଏକ ଅପରାଧି ଗିରଫ


ଜୟପୁର, 27 ଅଗଷ୍ଟ (ହି.ସ.)

ଜୟପୁର ଟାଉନଥାନା ପୋଲିସ ଦୈନିକ ବଜାରରେ ମଦ୍ୟପାନ କରିବା ସହ ଗଣ୍ତଗୋଳ ଏବ˚ ମାରଣାନ୍ତକ ଆକ୍ରମଣ ମାମଲାରେ ଅନ୍ୟ ଏକ ଅଭିଯୁକ୍ତ ଧରିବାରେ ସଫଳ ହୋଇଛି। ଗତକାଲି ଗୋପବନ୍ଧୁ ନଗରର ଜଣେ ଅପରାଧୀକୁ ଧରିବାରେ ସଫଳ ହୋଇଥିବା ବେଳେ ଆଜି ସେହି ଗୋପବନ୍ଧୁନଗର ଅଞ୍ଚଳର ବାଦଲ ନାଗକୁ ଧରି କୋର୍ଟ ଚାଲାଣ କରିଛି ଟାଉନ ପୋଲିସ।ପୁଲିସ ସୂଚନା ଅନୁଯାୟୀ, ଜୟପୁର ଦୈନିକ ବଜାରରେ ପୂର୍ବ ଶତୃତାକୁ ନେଇ ଓଡିଆ ମେଦ୍ରୀ ସାହିର ହେମନ୍ତ ପରଜାଙ୍କୁ ଗୋପବନ୍ଧୁ ନଗରର ଦୁଇ ଅଭିଯୁକ୍ତ ଏକ କ୍ରିକେଟ ବ୍ୟାଟ ସହାୟତାରେ ଆକ୍ରମଣ କରିବା ଯୋଗୁଁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପ୍ରଚୁର ରକ୍ତସ୍ରାବ ଯୋଗୁଁ ଅଭିଯୋଗକାରୀ ଗୁରୁତର ଆହତ ହୋଇ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ଏଥିନେଇ ଅଭିଯୋଗକାରୀଙ୍କ ଅଭିଯୋଗ କୁ ଭିତ୍ତି କରାଯାଇ ପୋଲିସ ମରଣାନ୍ତକ ଆକ୍ରମଣ ମାମଲାରେ ଏକ ମାମଲା (୩୦୪/୨୫) ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande