ପ୍ରାଚୀର ପତ୍ରିକା ସୃଜନ ସୁରଭି ଉନ୍ମୋଚିତ
ବଲାଙ୍ଗିର, 27 ଅଗଷ୍ଟ (ହି.ସ.) ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ଆଜି ବିଦ୍ୟାଦାତା ଶ୍ରୀ ଗଜାନନଙ୍କ ପୂଜନୋତ୍ସବ ଉପଲକ୍ଷେ ବିଦ୍ୟାଳୟର ପ୍ରାଚୀର ପତ୍ରିକା ସୃଜନ ସୁରଭି ଉନ୍ମୋଚିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବଛାତ୍ର ରାଧା ରମଣ କେଡିଆ ଯୋଗ ଦେଇ ପୂଜାର୍ଚ୍ଚନା ପୂ
*ପ୍ରାଚୀର ପତ୍ରିକା ସୃଜନ ସୁରଭି ଉନ୍ମୋଚିତ*


*ପ୍ରାଚୀର ପତ୍ରିକା ସୃଜନ ସୁରଭି ଉନ୍ମୋଚିତ*


ବଲାଙ୍ଗିର, 27 ଅଗଷ୍ଟ (ହି.ସ.)

ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ଆଜି ବିଦ୍ୟାଦାତା ଶ୍ରୀ ଗଜାନନଙ୍କ ପୂଜନୋତ୍ସବ ଉପଲକ୍ଷେ ବିଦ୍ୟାଳୟର ପ୍ରାଚୀର ପତ୍ରିକା ସୃଜନ ସୁରଭି ଉନ୍ମୋଚିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବଛାତ୍ର ରାଧା ରମଣ କେଡିଆ ଯୋଗ ଦେଇ ପୂଜାର୍ଚ୍ଚନା ପୂର୍ବକ ଉନ୍ମୋଚନ କରିଥିଲେ। ସମ୍ମାନିତ ଅତିଥି ଭାବେ ଏନ୍.ଏ.ସି ଉପାଧ୍ୟକ୍ଷା ମାମି ଦାସ ଓ ଜନନୀ ଧରୁଆ ଯୋଗ ଦେଇଥିଲେ। ଏଥିରେ ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶ ମୁଖ୍ୟ ସଂପାଦକ ଥିବାବେଳେ ସହକାରୀ ଶିକ୍ଷୟିତ୍ରୀ ବିନ୍ଦୁ ମାହାଣା ସଂପାଦିକା ରହିଛନ୍ତି । ସଂପାଦନା ମଣ୍ଡଳୀରେ ସହକାରୀ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ, ରଞ୍ଜିତା ନାଗ ଓ ଆକାଂକ୍ଷା ରାଣୀ ଯୋଶୀ ରହି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ। ଏଥିପାଇଁ ଗୁଡଭେଲା ବିଇଓ ନମିତା ରାଣୀ ଭୋଇ ଓ ତୁଷୁରା ସିଆର୍‌ସିସି ଜଗମୋହନ ତ୍ରିପାଠୀ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। ପ୍ରାଚୀର ପତ୍ରିକାରେ ମୁଖ୍ୟ ସଂପାଦକଙ୍କ କଲମରୁ ପଦେ, ଶୁଭେଚ୍ଛା ବାର୍ତ୍ତା, ନୀତିବାଣୀ, କବିତା, ଗୀତ, ଚିତ୍ର, ଜାଣିବା କଥା, ମଜାକଥା, କ୍ଷୁଦ୍ର ଗଳ୍ପ, ଧନ୍ଦା, ଢଗଢମାଳି ଆଦି ସ୍ଥାନିତ ହୋଇ ଶିଶୁ ମାନଙ୍କର ସୃଜନ ଶକ୍ତିର ବିକାଶର ବାର୍ତ୍ତା ବହନ କରୁଛି। ପ୍ରଥମ ଥର ପାଇଁ ବିଦ୍ୟାଳୟରେ ପ୍ରାଚୀର ପତ୍ରିକା ଉନ୍ମୋଚିତ ହୋଇଥିବାରୁ ପୂର୍ବତନ ଛାତ୍ରଛାତ୍ରୀ, ଶିକ୍ଷାବିତ୍ ତଥା ବୁଦ୍ଧିଜୀବିମାନେ ପ୍ରଧାନ ଶିକ୍ଷକ ଡ଼. ଦାଶଙ୍କୁ ଭୂୟସୀ ପ୍ରଶଂସା କରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande