କେନ୍ଦ୍ରାପଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଶ୍ରୀ ଗଣେଶ ପୂଜା
କେନ୍ଦ୍ରାପଡ଼ା, ୨୭ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଶ୍ରୀ ଗଣେଶ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ରିଡିଂ ରୁମ୍ ପରିସରରେ ସଂଘ ପକ୍ଷରୁ ପୂଜାର ଆୟୋଜନ କରାଯାଇ ଥିବାବେଳେ ଏଥିରେ ବହୁ ସଂଖ୍ୟକ ସାମ୍ବାଦିକ ଯୋଗଦେଇ ପୂଜାରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ
କେନ୍ଦ୍ରାପଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଶ୍ରୀ ଗଣେଶ ପୂଜା


କେନ୍ଦ୍ରାପଡ଼ା, ୨୭ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଶ୍ରୀ ଗଣେଶ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ରିଡିଂ ରୁମ୍ ପରିସରରେ ସଂଘ ପକ୍ଷରୁ ପୂଜାର ଆୟୋଜନ କରାଯାଇ ଥିବାବେଳେ ଏଥିରେ ବହୁ ସଂଖ୍ୟକ ସାମ୍ବାଦିକ ଯୋଗଦେଇ ପୂଜାରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ପେଶାଲ ବ୍ରାଂଚ ଅଫିସର ସଂଜୀବ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ବରିଷ୍ଠ ସାମ୍ବାଦିକ ମାତୃଦତ ମହାନ୍ତି, ପ୍ରଶାନ୍ତ ନାୟକ, ବୀରେନ୍ଦ୍ର ଦାସ, ସୁଶାନ୍ତ କୁମାର ନାୟକ, ଚିନୁ ସାମନ୍ତରାୟ, ସରୋଜକାନ୍ତ ପରିଡ଼ା, ପ୍ରଭାତ ନାୟକ, ଦୁର୍ଗା ପ୍ରସାଦ ପତି, ରାକେଶ ମହାନ୍ତି, ରବି ନାରାୟଣ ପତି, ଲିଟନ ମହାନ୍ତି, ଅଲେଖ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande