ଛତିଶଗଡର ଜଗଦଲପୁରରେ ବନ୍ୟା ପାଣିରେ ଭାସିଗଲା କାର୍, ସ୍ୱାମୀ-ସ୍ତ୍ରୀ ଓ ଦୁଇ ପିଲାଙ୍କ ମୃତ୍ୟୁ
ଜଗଦଲପୁର, 27 ଅଗଷ୍ଟ (ହି.ସ.) - ଛତିଶଗଡ଼ର ଜଗଦଲପୁର ଜିଲ୍ଲାର କାଙ୍ଗେର ଘାଟୀ ଜାତୀୟ ଉଦ୍ୟାନ ଅଞ୍ଚଳରେ ଜାତୀୟ ରାଜପଥ-30 ରେ ଦରଭା ନିକଟରେ ବନ୍ୟା ପାଣିର ତୀବ୍ର ପ୍ରବାହରେ ଏକ କାର ଭାସିଯାଇଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ଚାରିଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ
ଛତିଶଗଡର ଜଗଦଲପୁରରେ ବନ୍ୟା ପାଣିରେ ଭାସିଗଲା କାର୍,     ସ୍ୱାମୀ-ସ୍ତ୍ରୀ ଓ ଦୁଇ ପିଲାଙ୍କ ମୃତ୍ୟୁ


ଜଗଦଲପୁର, 27 ଅଗଷ୍ଟ (ହି.ସ.)

- ଛତିଶଗଡ଼ର ଜଗଦଲପୁର ଜିଲ୍ଲାର କାଙ୍ଗେର ଘାଟୀ ଜାତୀୟ

ଉଦ୍ୟାନ ଅଞ୍ଚଳରେ ଜାତୀୟ ରାଜପଥ-30 ରେ ଦରଭା ନିକଟରେ ବନ୍ୟା ପାଣିର ତୀବ୍ର ପ୍ରବାହରେ ଏକ

କାର ଭାସିଯାଇଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ଚାରିଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ

ମଧ୍ୟରେ ପତି-ପତ୍ନୀ ଓ ସେମାନଙ୍କ ଦୁଇ ଶିଶୁ ଥିଲେ। ଏହି ଘଟଣାରେ ଗାଡ଼ି ଚାଳକ ନିଜ ଜୀବନ

ବଞ୍ଚାଇପାରିଛି।

ଅତିରିକ୍ତ ଏସ୍.ପି. ମହେଶ୍ୱର ନାଗ ଏହାର ସୂଚନା

ଦେଇ ବୁଧବାର ଦିନ କହିଛନ୍ତି ଯେ ଏସଡିଆରଏଫଟିମ୍ ବିଳମ୍ବିତ

ରାତି ପର୍ଯ୍ୟନ୍ତ ପରିଶ୍ରମ କରି ଶବଗୁଡ଼ିକୁ ବାହାର କରି ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାକୁ

ପଠାଇଛନ୍ତି। ଅଧିକାରୀଙ୍କ ଅନୁସାରେ, ତାମିଲନାଡୁ ନିବାସୀ ଏହି

ପରିବାର ବର୍ଷା ସମୟରେ ଜଳପ୍ରପାତର ଆନନ୍ଦ ଉଠାଇବାକୁ ତାଙ୍କର କାର ଯୋଗେ ତୀରଥଗଡ଼ ଜଳପ୍ରପାତ ଦେଖିବାକୁ ଯାଉଥିଲେ। କାରରେ ଥିବା ପରିବାର ମୁଖ୍ୟ

43 ବର୍ଷୀୟ ରାଜେଶ

ରାୟପୁରରେ ରହି ଠିକାଦାରୀ କାମ କରୁଥିଲେ। ଏହି ସମୟରେ ତାଙ୍କ ଗାଡି କାଙ୍ଗେର ଘାଟି ନିକଟରେ

ପହଂଚିବା ସମୟରେ ପ୍ରବଳ ବର୍ଷା କାରଣରୁ କାରଟି ବନ୍ୟାରେ ଭାସିଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande