ଧର୍ମଶାଳା,୨୭ଅଗଷ୍ଟ(ହି.ସ.) : ଯାଜପୁର ଜିଲା ଧର୍ମଶାଳା ଅଂଚଳରେ ଭାଲୁ ଆତଙ୍କ । ଫଳରେ ସ୍ଥାନୀୟ ଲୋକେ ଭାଲୁକୁ ଦେଖି ଭୟଭିତ ହୋଇ ପଡିଛନ୍ତି । ତେବେ ଭାଲୁଟି ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ଚାଲି ଆସିଥଇବା ଅନୁମାନ କରାଯାଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଡମଧୁପୁର ବନ ବିଭାଗ ଅଧିନସ୍ଥ ସମ୍ପାରୁ ପଂଚାୟତ ତୁରଙ୍ଗ ଅଂଚଳରେ । ଏକା ବେଳକେ ୩ଟି ଭାଲୁ ଗାଁ ମୁହାଁ ହୋିଛନ୍ତି । ମା’ ଭାଲୁ ସହିତ ତାର ୨ଟି ଛୁଆ ସାଂଗରେ ଧରି ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହି ଭାଲୁ ଆକ୍ରମଣରେ ସ୍ଥାନୀୟ ଅଂଚଳର ଜଣେ ଯୁବକ ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ । ଖବର ପାଇ ଗଡମଧୁପୁର ବନ ବିଭାଗ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପଂହଚି ଭାଲୁମାନଙ୍କର ଗତିବିଧି ଉପରେ ନଜର ରଖିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ