ଭୁବନେଶ୍ୱର, 27 ଅଗଷ୍ଟ (ହି.ସ.)- ପବିତ୍ର ଗଣେଶ
ଚତୁର୍ଥୀର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ
ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଶ୍ରୀ ଗଣେଶଙ୍କ ଅଶେଷ କୃପାରୁ ସମସ୍ତଙ୍କ ଜୀବନ ସୁଖ
ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା