ଭୁବନେଶ୍ୱର, 27 ଅଗଷ୍ଟ (ହି.ସ.)-ଚାଷୀଙ୍କ ଖାତାକୁ
ଗଲା ସିଏମ୍ କିଷାନ ୩ୟ କିସ୍ତି ଟଙ୍କା । ଡିବିଟି ଜରିଆରେ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ । ୫୧
ଲକ୍ଷ ୫୪ ହଜାର ୧୧୫ ଚାଷୀଙ୍କ ଖାତାକୁ ଗଲା ଟଙ୍କା । ଡିବିଟି ଜରିଆରେ ଗଲା ୧୦୪୧ କୋଟି ଟଙ୍କା ।
ପବିତ୍ର ନୂଆଁଖାଇ ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା
ରବି ୨୦୨୫-୨୬ ପାଇଁ ସି ଏମ୍ କିଷାନ ସହାୟତା ରାଶି ପ୍ରଦାନର ରାଜ୍ୟସ୍ତରୀୟ ଉତ୍ସବ ଆୟୋଜିତ
ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ସିଏମ୍ କିଷାନ ସହାୟତାର ତୃତୀୟ କିସ୍ତିରେ ୫୧ ଲକ୍ଷ ୫୪ ହଜାର ୧୧୫ ଜଣ କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ କୃଷକ
ପରିବାର, ଅନୁନ୍ନତ ଜନଜାତି ସମୂହ ଓ ସହରାଞ୍ଚଳର କୃଷକଙ୍କୁ
ଡି.ବି.ଟି ମାଧ୍ୟମରେ ମୋଟ ୧୦୪୧.୨୯ କୋଟି ଟଙ୍କା ପ୍ରଦାନ କରିଛନ୍ତି ।
କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ
ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଭୁବନେଶ୍ବର ଏକାମ୍ର
ବିଧାୟକ ବାବୁ ସିଂ, ଖୋର୍ଦ୍ଧାର
ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଭା ପ୍ର ସେ, କୃଷି ଓ କୃଷକ
ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢି, ଭା. ପ୍ର. ସେ, ମତ୍ସ୍ୟ ଓ ପ୍ରାଣୀ
ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ
ସୁରେଶ କୁମାର ବଶିଷ୍ଠ ପ୍ରମୁଖ ଉପସ୍ଥିତ ଅଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା