ଟାଟା ଷ୍ଟିଲ ଫାଉଣ୍ଡେସନର ସାମାଜିକ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତରସ୍ଥାପନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 27 ଅଗଷ୍ଟ (ହି.ସ.)- ଟାଟା ଷ୍ଟିଲ ଫାଉଣ୍ଡେସନର ସାମାଜିକ ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ଇଟାପ ଠାରୁ ନୂଆହତା ପର୍ଯ୍ୟନ୍ତ ଏନଏଚ-୫୫ରେ ୩.୫ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ଆଲୋକୀକର
ଟାଟା ଷ୍ଟିଲ ଫାଉଣ୍ଡେସନର ସାମାଜିକ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ     ଏବଂ ଭିତ୍ତିପ୍ରସ୍ତରସ୍ଥାପନ କଲେ     ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 27 ଅଗଷ୍ଟ (ହି.ସ.)- ଟାଟା

ଷ୍ଟିଲ ଫାଉଣ୍ଡେସନର ସାମାଜିକ ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର

ସ୍ଥାପନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ଇଟାପ ଠାରୁ ନୂଆହତା ପର୍ଯ୍ୟନ୍ତ ଏନଏଚ-୫୫ରେ ୩.୫

କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ଆଲୋକୀକରଣ ବ୍ୟବସ୍ଥାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର

ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହାତୀ ପ୍ରବଣ ଅଞ୍ଚଳ ସନ୍ତ୍ରୀ ଛକ - ମହୀଧରପୁର -

ହାତୁରା ପର୍ଯ୍ୟନ୍ତ ୨୦ କିଲୋମିଟର ବ୍ୟାପୀ ସୌର ଶକ୍ତି ଚାଳିତ ସଡ଼କ ଆଲୋକୀକରଣ ଲାଗି

ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଲୋକେ ଉପକୃତ ହେବେ ।

ଅନୁଗୁଳର ବଅଁରପାଳ ବ୍ଲକ୍‌ ଅନ୍ତର୍ଗତ ଜାତୀୟ ରାଜପଥ ୫୫ ଠାରୁ ନୂଆହତା ପର୍ଯ୍ୟନ୍ତ ଉଭୟ

ପାର୍ଶ୍ଵରେ ୧.୨୮ କୋଟି ଟଙ୍କା ବ୍ୟୟରେ ଡ୍ରେନ୍ ବ୍ୟବସ୍ଥା ଏବଂ ଫୁଟପାଥ ସହିତ ୧ କିଲୋମିଟରର

କଙ୍କ୍ରିଟ୍ ସଡ଼କ, ଡିହସାହିରେ ଏକ ଗୋଷ୍ଠୀ ଉନ୍ନୟନ କେନ୍ଦ୍ର ଏବଂ ନୂଆହତା

ଗ୍ରାମ ପଞ୍ଚାୟତରେ ୨ଟି ହାଇମାଷ୍ଟ ଲାଇଟ୍ ଏବଂ ୮୨ଟି ଷ୍ଟ୍ରିଟଲାଇଟର ଶୁଭ ଉଦ୍ଘାଟନ କରିଛନ୍ତି

କେନ୍ଦ୍ର ମନ୍ତ୍ରୀ । ସେହିପରି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ୧ କୋଟି ଟଙ୍କା ବ୍ୟୟରେ ଏକ

ସୂଚନା କେନ୍ଦ୍ର, ନରେନ୍ଦ୍ରପୁରରେ ଏକ ନୂଆ ବିଦ୍ୟାଳୟ କୋଠା ଏବଂ

ହିନ୍ଦୋଳ ଓ ଓଡ଼ାପଡ଼ା ବ୍ଲକ୍‌ର ୭ ଗ୍ରାମ ପଞ୍ଚାୟତରେ ୮ ଟି ହାଇମାଷ୍ଟ ଲାଇଟ ଓ ୧୬୦ଟି

ଷ୍ଟ୍ରିଟଲାଇଟ ଲୋକାର୍ପଣ କରିଛନ୍ତି ଧର୍ମେନ୍ଦ୍ର । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀଙ୍କ

ସହ ସ୍ଥାନୀୟ ବିଧାୟକଗଣ, ଅନୁଗୁଳ ଓ

ଢେଙ୍କାନାଳ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande