ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର - ସର୍ବୋଚ୍ଚ ଯନ୍ତ୍ରୀ
ଭୁବନେଶ୍ୱର, 27 ଅଗଷ୍ଟ (ହି.ସ.)- ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର ଆସୁଛି । ସୁବର୍ଣ୍ଣରେଖା ଓ ବୈତରଣୀ ବେସିନରେ ବିପଦ ସଂକେତ ତଳେ ପ୍ରଭାହିତ ହେଉଛି ବନ୍ୟାଜଳ । ରାଜ୍ୟର ଅନ୍ୟ କୌଣସି ନଦୀରେ ବି ବନ୍ୟା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖ
ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର - ସର୍ବୋଚ୍ଚ ଯନ୍ତ୍ରୀ


ଭୁବନେଶ୍ୱର, 27 ଅଗଷ୍ଟ (ହି.ସ.)- ରାଜ୍ୟରେ

ବନ୍ୟା ସ୍ଥିତିରେ ସୁଧାର ଆସୁଛି । ସୁବର୍ଣ୍ଣରେଖା ଓ ବୈତରଣୀ ବେସିନରେ ବିପଦ ସଂକେତ ତଳେ

ପ୍ରଭାହିତ ହେଉଛି ବନ୍ୟାଜଳ । ରାଜ୍ୟର ଅନ୍ୟ କୌଣସି ନଦୀରେ ବି ବନ୍ୟା ନାହିଁ ବୋଲି ଜଳ ସମ୍ପଦ

ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ସୂଚନା ଦେଇଛନ୍ତି । ବୈତରଣୀରୁ କାଣୀ ନଈରେ ଘାଇ

ହୋଇଥିବାରୁ ଯାଜପୁରର ଦଶରଥପୁର ପ୍ରଭାବିତ ହୋଇଛି । ପାଣି କମିବା ପରେ ମରାମତି ହେବ । ଜିଲ୍ଲା

ପ୍ରଶାସନ ସହ ସମସ୍ତ ଯୋଗାଯୋଗରେ ରହି କାମ ଚାଲିଛି।

ରାତ୍ରି କାଳୀନ ପେଟ୍ରୋଲିଙ୍ଗ ଚାଲିଛି । ତଳିଆ ଅଞ୍ଚଳରେ ପାଣି ପଶିଥିବା ଜାଗାରେ ପାଣି

ଛାଡିବା ପାଇଁ ସମୟ ଲାଗିବ । ଯାଜପୁର ର ଦଶରଥପୁର ବ୍ଲକ ପ୍ରଭାବିତ । ବୈତରଣୀ ର ଜଳ ପତନ କମିଛି

। ହୀରାକୁଦ ରେ 4 ଗେଟ ଦେଇ ଜଳ ନିଷ୍କାସନ ହେଉଛି । ହୀରାକୁଦ ରୁ 98 ହଜାର କ୍ୟୁଷେକ ଜଳ ନିଷ୍କାସନ ହେଉଛି । ମୁଣ୍ଡଳି ରେ 3 ଲକ୍ଷ 31 ହଜାର କ୍ୟୁଷେକ ଜଳ

ନିଷ୍କାସନ ହେଉଛି । ଆସନ୍ତାକାଲି ବର୍ଷା ହେଲେ ବନ୍ୟା ହେବ କି ନାହିଁ କହିହେବ । ରେଙ୍ଗାଳି ର

ଦୁଇଟି ଗେଟ ଦେଇ ବ୍ରାହ୍ମଣୀ ଜଳ ନିଷ୍କାସନ ହେଉଛି । ଗୋଟେ ଗେଟ ବନ୍ଦ କରିବାକୁ ଚିନ୍ତା

କରାଯାଉଛି । ଆସନ୍ତାକାଲି ବର୍ଷା ଯଦି ହୁଏ, ତାକୁ ଦୃଷ୍ଟିରେ

ରଖି ବନ୍ୟା ସ୍ଥିତି ଅନୁଧ୍ୟାନ କରାଯିବ । ତେବେ

ଆଜି ବର୍ଷା ସତ୍ୱେ କୌଣସି ନଦୀରେ ବନ୍ୟା ନାହିଁ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande