ନୂଆଦିଲ୍ଲୀ, 27 ଅଗଷ୍ଟ (ହି.ସ.)- କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ
ଭାରତ ଉପରେ 50 ପ୍ରତିଶତ ଆମେରିକୀୟ ଟ୍ୟାରିଫ୍ ଲାଗୁ କରିବାକୁ ନେଇ କେନ୍ଦ୍ର ସରକାରକୁ ଟାର୍ଗେଟ
କରିଛନ୍ତି। ସେ କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ଏହି ପଦକ୍ଷେପରେ ଭାରତକୁ ପ୍ରଥମ ଝଟକାରେ
ପ୍ରାୟ 2.17 ଲକ୍ଷ କୋଟି ଟଙ୍କାର ହାନି ହେବ।
ଏକ ଏକ୍ସ ପୋଷ୍ଟ ମାଧ୍ୟମରେ ଖଡ଼ଗେ କହିଛନ୍ତି ଯେ ଏହାର ପ୍ରଭାବ
ବିଶେଷକରି କପା ଚାଷୀ, ଛୋଟ ଉଦ୍ୟୋଗ, ହୀରା ଓ ଚିଙ୍ଗୁଡ଼ି
ଉଦ୍ୟୋଗ ସହିତ ଜଡିତ ଲୋକମାନଙ୍କ ଉପରେ ଖରାପ ଭାବରେ ପଡ଼ିବ। ସେ କହିଛନ୍ତି ଯେ ସରକାର ଏକ ଶକ୍ତିଶାଳୀ
ବାଣିଜ୍ୟ ଚୁକ୍ତି କରିପାରିନାହାନ୍ତି ଓ ବର୍ତ୍ତମାନ ଦେଶର ଆର୍ଥିକ ସୁରକ୍ଷା ମଧ୍ୟ ବିପଦରେ
ପଡ଼ିଛି।
ଚାଷୀ, ଶ୍ରମିକ ଓ ଛୋଟ
ବ୍ୟବସାୟୀମାନେ ଏହି ଆର୍ଥିକ ଝଟକାରୁ ବଞ୍ଚିବା ପାଇଁ ଠୋସ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ।
ଏକ ଅନୁମାନ ଅନୁସାରେ, କେବଳ ପୋଷାକ ଶିଳ୍ପରେ ପ୍ରାୟ 5 ଲକ୍ଷ ଲୋକ ତାଙ୍କର
ଚାକିରି ହରାଇପାରନ୍ତି। ହୀରା ଉଦ୍ୟୋଗରେ 1.5 ରୁ 2 ଲକ୍ଷ ଚାକିରି ଉପରେ ବିପଦ ଅଛି ଓ ଚିଙ୍ଗୁଡ଼ି
ପାଳନରେ ଲାଗିଥିବା ପ୍ରାୟ 30 ଲକ୍ଷ ଲୋକଙ୍କ ଜୀବିକା ଉପରେ ପ୍ରଭାବ ପଡ଼ିପାରେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା