ଭୁବନେଶ୍ୱର, 27 ଅଗଷ୍ଟ (ହି.ସ.)- ବୈଷ୍ଣୋଦେବୀ
ନିକଟରେ ଭୂସ୍ଖଳନ ଯୋଗୁ ଘଟିଥିବା ଧନଜୀବନ ହାନିକୁ ନେଇ ନୀବନ ପଟ୍ଟନାୟକ ଦୁଃଖ ପ୍ରକାଶ
କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ,ଜମ୍ମୁ କଶ୍ମୀରର ଵୈଷ୍ଣୋ
ଦେବୀ ମନ୍ଦିର ନିକଟରେ ପାହାଡ଼ ଧସିବା ଘଟଣାରେ ଅନେକ ମୂଲ୍ୟବାନ ପ୍ରାଣଯିବା ଖବର ଶୁଣି ଗଭୀର
ଦୁଃଖିତ । ଏହି କଷ୍ଟକର ସମୟରେ ମୋର ସମବେଦନା ଏବଂ ପ୍ରାର୍ଥନା ଶୋକସନ୍ତପ୍ତ ପରିବାର ସହିତ ଅଛି।
ଆହତ ହୋଇଥିବା ଲୋକମାନଙ୍କ ଆଶୁ ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା