ଓସ୍କାର ଦୌଡରେ ଅକ୍ଷୟ ପରିଜାଙ୍କ 'ପାପା ବୁକା'
ଭୁବନେଶ୍ୱର, ୨୭ ଅଗଷ୍ଟ(ହି.ସ)- ଓଡ଼ିଶା ଓ ଭାରତୀୟ ସିନେମା ପାଇଁ ଏକ ଐତିହାସିକ ମୁହୂର୍ତ, ପ୍ରଖ୍ୟାତ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ''ପାପା ବୁକା'' ଜରିଆରେ ଓଡ଼ିଶାକୁ ବିଶ୍ୱ ଦରବାରରେ ପରିଚିତ କରାଇଛନ୍ତି, ପାପୁଆ ନ୍ୟୁ ଗିନି ସହ ଭାରତର ପ୍ରଥମ ସହ-ପ୍ରଡକ୍ସନ ଫିଚର ଫିଲ୍ମ, ଯାହା ୨୦୨୬ ଓସ୍କାର
ଓସ୍କାର ଦୌଡରେ ଅକ୍ଷୟ ପରିଜାଙ୍କ 'ପାପା ବୁକା'


ଭୁବନେଶ୍ୱର, ୨୭ ଅଗଷ୍ଟ(ହି.ସ)- ଓଡ଼ିଶା ଓ ଭାରତୀୟ ସିନେମା ପାଇଁ ଏକ ଐତିହାସିକ ମୁହୂର୍ତ, ପ୍ରଖ୍ୟାତ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା 'ପାପା ବୁକା' ଜରିଆରେ ଓଡ଼ିଶାକୁ ବିଶ୍ୱ ଦରବାରରେ ପରିଚିତ କରାଇଛନ୍ତି, ପାପୁଆ ନ୍ୟୁ ଗିନି ସହ ଭାରତର ପ୍ରଥମ ସହ-ପ୍ରଡକ୍ସନ ଫିଚର ଫିଲ୍ମ, ଯାହା ୨୦୨୬ ଓସ୍କାର ଏକାଡେମୀ ପୁରସ୍କାରର ବେଷ୍ଟ ଇଂଟରନ୍ୟାସନାଲ ଫିଚର ଫିଲ୍ମ ବର୍ଗରେ ଅଫିସିଆଲ ଏଂଟ୍ରିରେ ଅନୁମୋଦିତ ହୋଇଛି।

ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଏକାଧିକ ଜାତୀୟ ପୁରସ୍କାର ବିଜେତା ଡ. ବିଜୁ। ଫିଲ୍ମର ସହ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ପପୁଆ ନ୍ୟୁ ଗିନି ସରକାର, ଅକ୍ଷୟ ପରିଜା, ପ୍ରସିଦ୍ଧ ତାମିଲ୍ ଫିଲ୍ମ ନିର୍ଦେଶକ ପି. ରଞ୍ଜିତ ଓ ଅଭିନେତା ପ୍ରକାଶ ବେରେ ହୋଇଥିବା ବେଳେ ଚଳଚ୍ଚିତ୍ରର ବିଷୟବସ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିବା ଭାବପ୍ରବଣ ବିଷୟ ଓ ୮ ଦଶନ୍ଧି ହେବ ନିଖୋଜ ଭାରତୀୟ ସେନାର ଯବାନଙ୍କ ଉପରେ ଆଧାରିତ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande