ପୁରୀ, 27 ଅଗଷ୍ଟ (ହି.ସ.)ପୁଣି ଶ୍ରୀମନ୍ଦିର ଭିତରୁ ଜଣେ ଭକ୍ତ ଚଷମା ରେ ସଂଯୁକ୍ତ ହୋଇଥିବା ଗୁପ୍ତ କ୍ୟାମେରା ଦେଖି ପୋଲିସ ଅଟକ ରଖିଛି |ସେହି ଭକ୍ତ ଜଣକ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳର ର ଅରୂପ ରାୟ(୩୧) ବୋଲି ଜଣାପଡିଛି | ବୁଧବାର ଦିନ ଏହି ଭକ୍ତ ଶ୍ରୀମନ୍ଦିର ର ଭିତର ଦୃଶ୍ୟ ଉଠାଉଥିବା ସୁରକ୍ଷା କର୍ମୀ ଜାଣିବା ପରେ ପଚରା ଉଚରା କରି ସିଂହଦ୍ୱାର ଥାନା ରେ ଅଟକ ରଖାଯାଇଛି| ଶ୍ରୀମନ୍ଦିର ଭିତର କାଠ ନିକଟରେ ଏହି ଫୋଟ ଉଠାଉଥିବା ଜଣାପଡିଥିଲା| ତାଙ୍କ ଚଷମା ଓ ମୋବାଇଲ ଫୋନ କୁ ପୋଲିସ ଯାଞ୍ଚ କରୁଛି| ଶ୍ରୀଜଗନ୍ନାଥ ମନ୍ଦିର ଆଇନ ର ଧାରା ୩୦ ଅନୁଯାଇ ଏକ ମାମଲା ରୁଜୁ କରାଯାଇଛି|ଶ୍ରୀମନ୍ଦିର ଭିତରେ ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି ଉପରେ ନିଷେଧାଦେଶ ଏବଂ ସାଇନବୋର୍ଡ ଲଗାଯାଇଥିବା ସତ୍ତ୍ୱେ ନିକଟରେ ଏପରି ଘଟଣା ଘଟିକା ସମ୍ପର୍କରେ ପୋଲିସ ଯାଞ୍ଚ କରୁଛି ବୋଲି ଏସ ପି ପ୍ରତୀକ ସିଂ ସୂଚନା ଦେଇଛନ୍ତି|. ବୁଧବାର ସକାଳେ ଅରୂପ ପରିବାର ସହିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ। ହିଡେନ୍ କ୍ୟାମେରାରେ ଶ୍ରୀମନ୍ଦିର ଭିତରେ ସୁଟିଂ କରୁଥିବା ବେଳେ ସୁରକ୍ଷା କର୍ମୀ ସନ୍ଦେହ କରିଥିଲେ ।
ତେବେ ଯାଞ୍ଚ ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ହିଡେନ୍ କ୍ୟାମେରାରେ ଶ୍ରୀମନ୍ଦିର ଭିତରର ଭିଜୁଆଲ ନେଉଥିବା ଜଣାପଡିଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରଥମେ ଗାରଦ ଓ ପରେ ସିଂହଦ୍ଵାର ଥାନାକୁ ନେଇଥିଲେ ସୁରକ୍ଷା କର୍ମୀ। ବାରମ୍ବାର ଶ୍ରୀମନ୍ଦିର କୁ ହିଡେନ୍ କ୍ୟାମେରା ପ୍ରବେଶ, ଏକା ଷ୍ଟାଇଲ ର ଚଷମା ପ୍ରବେଶ ପୋଲିସ କୁ ଚିନ୍ତା ରେ ପକାଇଛି | ଚଷମା ଆସୁଛି କେଉଁଠାରୁ, ଲାଗ ଲାଗ ଶ୍ରୀମନ୍ଦିର ରେ ଏହି ଚଷମା ପଶୁଛି, ଏହି ଚଷମା କିଏ ଦଉଛି କିମ୍ବା କେଉଁ ଠାରେ ବିକ୍ରି ହେଉଛି ତାକୁ ନେଇ ଭକ୍ତ ମନରେ ସନ୍ଦେହ ସୃଷ୍ଟି ହେଉଛି| ପୋଲିସ ଏ ସମ୍ପର୍କ ରେ ଅଧିକ ଯାଞ୍ଚ କରୁଛି |
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ