ଭୁବନେଶ୍ୱର, ୨୭ ଅଗଷ୍ଟ(ହି.ସ)- ପୂର୍ବ ତଟ ରେଳପଥ (ଇକୋର) ଚଳିତ ଆର୍ôଥକ ବର୍ଷର ମାତ୍ର ୧୪୮ ଦିନ ମଧ୍ୟରେ ୧୦୦ ନିୟୁତ ଟନ୍ ପଣ୍ୟ ଅପସାରଣର ମାଇଲଖୁଂଟ ଅତିକ୍ରମ କରି, ପଣ୍ୟ ପରିବହନରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି । ଚଳିତ ଆର୍ôଥକ ବର୍ଷର ୨୬ ଅଗଷ୍ଟ ୨୦୨୫ ସୁଦ୍ଧା, ପୂର୍ବତଟ ରେଳପଥ ସଫଳତାର ସହିତ ୧୦୦.୫୫ ନିୟୁତ ଟନ୍ ପଣ୍ୟ ଅପସାରଣ କରିଛି, ଯାହା ଗତ ବର୍ଷର ସମାନ ସମୟ ତୁଳନାରେ ୮% ପ୍ରଭାବଶାଳୀ ଅଭିବୃଦ୍ଧି ପଞ୍ଜିକୃତ କରି - ୭.୪୩ ନିୟୁତ ଟନ୍ ଅଧିକ ପଣ୍ୟ ଅପସାରଣ କରିପାରିଛି ।
ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ୫୮.୧ ନିୟୁତ ଟନ୍ ପଣ୍ୟ ଅପସାରଣ କରିଥିବା ବେଳେ ୱାଲଟିୟର ରେଳ ମଣ୍ଡଳ ୨୫.୪୬ ନିୟୁତ ଟନ୍ ଏବଂ ସମ୍ବଲପୁର ରେଳ ମଣ୍ଡଳ: ୧୭ ନିୟୁତ ଟନ୍ ପଣ୍ୟ ଅପସାରଣ କରିଛି।
ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ପ୍ରମୁଖ ଶିଳ୍ପ ଏବଂ ବନ୍ଦରଗୁଡିକର ଲଜିଷ୍ଟିକ୍ ଆବଶ୍ୟକତାକୁ ପୂରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହି ରେଳପଥ ପାରାଦୀପ, ବିଶାଖାପାଟଣା (ଭାଇଜାଗ୍), ଗଙ୍ଗାଭରମ, ଗୋପାଳପୁର ଏବଂ ଧାମରା ଭଳି ପ୍ରମୁଖ ବନ୍ଦରଗୁଡିକୁ ସେବା ପ୍ରଦାନ କରିଥାଏ ଏବଂ ଇସ୍ପାତ, ଶକ୍ତି, ଆଲୁମିନିୟମ୍, ସାର, ସିମେଣ୍ଟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଶିଳ୍ପଗୁଡିକର ପରିବହନ ଚାହିଦା ପୂରଣ କରିଥାଏ । ପୂର୍ବତଟ ରେଳପଥ ଦ୍ୱାରା ପରିବହନ ହେଉଥିବା ପ୍ରମୁଖ ଦ୍ରବ୍ୟଗୁଡ଼ିକ ହେଉଛି କୋଇଲା, ଲୁହାପଥର, ଆଲୁମିନିୟମ୍, ମାଙ୍ଗାନିଜ୍ ଏବଂ ବକ୍ସାଇଟ୍ ।
ଉଲ୍ଲେଖନୀୟ ଯେ, ଏହି ସଫଳତା ଆର୍ôଥକ ବର୍ଷ ୨୦୨୪-୨୫ (୧୬୦ ଦିନ) ତୁଳନାରେ ୧୨ ଦିନ ପୂର୍ବରୁ ଏବଂ ଆର୍ôଥକ ବର୍ଷ ୨୦୨୩-୨୪ (୧୭୧ ଦିନ) ତୁଳନାରେ ୨୩ ଦିନ ପୂର୍ବରୁ ହାସଲ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା