ଆମେରିକାର ଟାରିଫ ଟଝ୍‌କା ଯୋଗୁ ପଶ୍ଚିମବଙ୍ଗର ଲେଦର, ମରିନ୍ ଓ ଇଂଜିନିୟରିଂ ରପ୍ତାନୀ ସଙ୍କଟରେ
କୋଲକାତା, 27 ଅଗଷ୍ଟ (ହି.ସ.)- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଲାଗୁ କରିଥିବା 25% ଅତିରିକ୍ତ ଟ୍ୟାରିଫ୍ (ଶୁଳ୍କ) ପଶ୍ଚିମବଙ୍ଗର ଶ୍ରମ-ଆଧାରିତ ରପ୍ତାନୀ ଅର୍ଥନୀତି ଉପରେ ଗଭୀର ଝଟକା ପକାଇଛି। ରାଜ୍ୟର ଚର୍ମ , ଇଞ୍ଜିନିୟରିଂ ଓ ମରିନ୍ ସେକ୍ଟର୍‌କୁ
ଆମେରିକାର ଟାରିଫ ଟଝ୍‌କା ଯୋଗୁ ପଶ୍ଚିମବଙ୍ଗର ଲେଦର, ମରିନ୍ ଓ     ଇଂଜିନିୟରିଂ ରପ୍ତାନୀ ସଙ୍କଟରେ


କୋଲକାତା, 27 ଅଗଷ୍ଟ (ହି.ସ.)- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ

ଲାଗୁ କରିଥିବା 25% ଅତିରିକ୍ତ ଟ୍ୟାରିଫ୍ (ଶୁଳ୍କ) ପଶ୍ଚିମବଙ୍ଗର ଶ୍ରମ-ଆଧାରିତ ରପ୍ତାନୀ

ଅର୍ଥନୀତି ଉପରେ ଗଭୀର ଝଟକା ପକାଇଛି। ରାଜ୍ୟର ଚର୍ମ , ଇଞ୍ଜିନିୟରିଂ ଓ ମରିନ୍

ସେକ୍ଟର୍‌କୁ ବ୍ୟାପକ କ୍ଷତି ହେବାର ଆଶଙ୍କା ବ୍ୟକ୍ତ କରାଯାଇଛି।

ବୁଧବାରରୁ ଲାଗୁ ହୋଇଥିବା ଏହି ବୃଦ୍ଧିପାଇଥିବା ଟ୍ୟାରିଫ୍ ଦର ପରେ, ଆମେରିକା ଭାରତୀୟ

ଉତ୍ପାଦଗୁଡିକ ଉପରେ ମୋଟ 50% ଶୁଳ୍କ ଲାଗୁ କରିଛି। ଏହି ପଦକ୍ଷେପ ଭାରତ ଋଷରୁ ଅଶୋଧିତ ତେଲ

କିଣିବାକୁ ନେଇ ନିଆଯାଇଛି। ବ୍ୟବସାୟିକ ଅନୁମାନ ଅନୁସାରେ, ଏହି ନିଷ୍ପତ୍ତି

ଯୋଗୁ ଭାରତର ଅତି କମରେ 45,000 କୋଟି ଟଙ୍କାର ରପ୍ତାନୀ ପ୍ରଭାବିତ ହୋଇପାରେ ଓ

ପଶ୍ଚିମବଙ୍ଗ ସବୁଠୁ ବଡ଼ କ୍ଷତିର ସମ୍ମୁଖୀନ ହେବାର ସମ୍ଭାବନା ଅଛି।

ଫେଡରେସନ୍ ଅଫ୍ ଇଣ୍ଡିଆନ୍ ଏକ୍ସପୋର୍ଟ ଅର୍ଗାନାଇଜେସନ୍‌ସର ପୂର୍ବତନ କ୍ଷେତ୍ର

ଅଧ୍ୟକ୍ଷ ଯୋଗେଶ ଗୁପ୍ତା କହିଛନ୍ତି ଯେ ମରିନ୍ ରପ୍ତାନୀ ଉପରେ ସବୁଠାରୁ ଅଧିକ ପ୍ରଭାବ ପଡ଼ିବ।

ପଶ୍ଚିମବଙ୍ଗ ଭାରତର ମୋଟ 12% ସମୁଦ୍ର ଖାଦ୍ୟ ରପ୍ତାନୀରେ ଅବଦାନ ରଖୁଛି, ଯେଉଁଥିରେ ଉତ୍ତର ଓ

ଦକ୍ଷିଣ 24 ପ୍ରଗନା ଏବଂ ପୂର୍ବ ମେଦିନୀପୁର ଜିଲ୍ଲାର ଚିଙ୍ଗୁଡ଼ି ପ୍ରଜାତି ଗୁରୁତ୍ୱପୂର୍ଣ୍ଣ

ଅଂଶ ନେଇଥାଏ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande