ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଅସହାୟଙ୍କୁ ସହୟତା ପ୍ରଦାନ
ଧର୍ମଶାଳା,୨୭ଅଗଷ୍ଟ(ହି.ସ.) : ଯାଜପୁର ଜିଲା ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ଅଂଚଳର ଜଣେ ଅସହାୟ ବ୍ୟକ୍ତିଙ୍କୁ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପରାମର୍ଶକ୍ରମେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ଆଜି ଏକ ଟ୍ରାଇ ସାଇକଲ ପ୍ରଦାନ କରାଯାଇଛି । ସୂଚନା ମୁତାବକ ଏହି ବ୍ଲକ ହରିଦାସପୁର ଗ୍ରମର
ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଅସହାୟଙ୍କୁ ସହୟତା ପ୍ରଦାନ


ଧର୍ମଶାଳା,୨୭ଅଗଷ୍ଟ(ହି.ସ.) : ଯାଜପୁର ଜିଲା ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ଅଂଚଳର ଜଣେ ଅସହାୟ ବ୍ୟକ୍ତିଙ୍କୁ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପରାମର୍ଶକ୍ରମେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ଆଜି ଏକ ଟ୍ରାଇ ସାଇକଲ ପ୍ରଦାନ କରାଯାଇଛି । ସୂଚନା ମୁତାବକ ଏହି ବ୍ଲକ ହରିଦାସପୁର ଗ୍ରମର ଯଦୁନାଥ ନାୟକ ଦୀର୍ଘ ଦିନ ହେଲା ଅସୁସ୍ଥତା କାରଣରୁ କେଉଁ ଆଡେ ଯାଆସ କରିପାରୁନଥିଲେ । ଧର୍ମଶାଳା ବିଧାୟକ ଶ୍ରୀ ସାହୁ ଏସମ୍ପର୍କରେ ଜାଣିବା ପରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ଏକ ଟ୍ରାଇ ସାଇକେଲ ଯୋଗେଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ଅଂସୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସମାଜସେବୀ ସୀତାଂଶୁ ଶେଖର ସାହୁଙ୍କ ନେତୃତ୍ୱରେ ଟ୍ରଷ୍ଟର ସଦସ୍ୟମାନେ ସେଠାରେ ପହଁଚି ଶ୍ରି ନାୟକଙ୍କୁ ଏକ ଟ୍ରାଇସାଇକେଲ ପ୍ରଦାନ କରିଛନ୍ତି । ଫଳରେ ଏହି ଟ୍ରାଇ ସାଇକେଲ ମାଧ୍ୟମରେ ଶ୍ରୀ ନାୟକ ବିଭିନ୍ନ ସ୍ଥାନକୁ ଯାତାୟତ କରିପାରିବେ ବୋଲି କହିବା ସହିତ ବିଧାୟକ ଶ୍ରୀ ସାହୁଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande