ପୁରୀ, ୨୮ ଅଗଷ୍ଟ (ହି.ସ.)- ପୁରୀ -ସାତପଡା ରାସ୍ତାର ଯଦୁପୁର ନିକଟରେ ଏକ ବ୍ୟାଟେରୀ ଅଟୋକୁ ଇର୍ଟିକା କାର ଧକ୍କା ଦେବା ଫଳରେ ଅଟୋ ଚାଳକ ଗୁରୁତର ହୋଇଥିଲେ | ରେବଣାନୂଆଗାଁ ମେଡିକାଲରେ ଡାକ୍ତର ଚିକିତ୍ସା କରି ମୃତ ଘୋଷଣା କରିଥିଲେ | ଇର୍ଟିକା କାର ଡ୍ରାଇଭର ସମେତ ୩ ଜଣ ଗୁରୁତର ଆହତ ହୋଇ ରେବଣାନୂଆଗାଁ ଗୋଷ୍ଠୀ ସ୍ବସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ମୃତ ଅଟୋଚାଳକ ଗୋପୀନାଥପୁର ଗାଁର ସ୍ବରାଜ୍ୟ ବେହେରା ବୋଲି ପୁଲିସ କହିଛି । କାରରେ ଥିବା ଗୁରୁତରଙ୍କ ପରିଚୟ ମିଳି ପାରିନାହିଁ l ପୁଲିସ ଶବ ଜବତ କରି ତଦନ୍ତ କରୁଛି | ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଅଟୋଟି ଖଣ୍ଡ ଖଣ୍ଡ ହୋଇଯାଇଛି | କାରଟି ରାସ୍ତା କଡ଼ରେ ଥିବା ଏକ ବରଗଛରେ ପିଟି ହୋଇ ଚୁରମାର ହୋଇଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ପୁରୀ -ସାତପଡ଼ା ରାସ୍ତା ଏବେ ମରଣଯନ୍ତା ପାଲଟିଛି | ରାସ୍ତାର ଅଧିକାଂଶ ସ୍ଥାନରେ ଚିହ୍ନ ଦିଆ ନଯାଇ ହମ୍ପସ ରହିଛି| ରାସ୍ତାରେ ଗାଈ ଗୋରୁ ଶୋଉଛନ୍ତି | ରାସ୍ତା ୬ ଲେନ କରିବାକୁ ଦାବୀ ହେଉଛି |
ହିନ୍ଦୁସ୍ଥାନ ସମାଚାର / ବିଜୟ