ବିଜେପିର କଂଗ୍ରେସ ଉପରେ ଆକ୍ରମଣ, କହିଲା- ଲୋକତନ୍ତ୍ରରେ ଭାଷାର ମର୍ଯ୍ୟାଦା ଆଜି ହେଉଛି ନଷ୍ଟଭ୍ରଷ୍ଟ
ନୂଆଦିଲ୍ଲୀ, ୨୮ ଅଗଷ୍ଟ(ହି.ସ.) – ଭାରତୀୟ ଜନତା ପାର୍ଟି(ଭାଜପା) କଂଗ୍ରେସ ଉପରେ ଆକ୍ରମଣାତ୍ମକ କହିଛି ଯେ ରାହୁଲ ଗାନ୍ଧୀଙ୍କ ‘ଗାଳିର ଦୋକାନ’ ସିଲ୍ ହେବ ଏବଂ ଏହାର ଆରମ୍ଭ ବିହାରରୁ ହେବ। ଦରଭଙ୍ଗାରେ ଏକ ସଭା ସମୟରେ ରାହୁଲ ଗାନ୍ଧୀ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦିବଂଗତ ମା’ଙ୍କୁ କହିଥିବା ଅପଶବ୍ଦ
ବିଜେପିର କଂଗ୍ରେସ ଉପରେ ଆକ୍ରମଣ, କହିଲା- ଲୋକତନ୍ତ୍ରରେ ଭାଷାର ମର୍ଯ୍ୟାଦା ଆଜି ହେଉଛି ନଷ୍ଟଭ୍ରଷ୍ଟ


ନୂଆଦିଲ୍ଲୀ, ୨୮ ଅଗଷ୍ଟ(ହି.ସ.) – ଭାରତୀୟ ଜନତା ପାର୍ଟି(ଭାଜପା) କଂଗ୍ରେସ ଉପରେ ଆକ୍ରମଣାତ୍ମକ କହିଛି ଯେ ରାହୁଲ ଗାନ୍ଧୀଙ୍କ ‘ଗାଳିର ଦୋକାନ’ ସିଲ୍ ହେବ ଏବଂ ଏହାର ଆରମ୍ଭ ବିହାରରୁ ହେବ। ଦରଭଙ୍ଗାରେ ଏକ ସଭା ସମୟରେ ରାହୁଲ ଗାନ୍ଧୀ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦିବଂଗତ ମା’ଙ୍କୁ କହିଥିବା ଅପଶବ୍ଦକୁ ନେଇ ପାର୍ଟି କହିଛି ଯେ ଲୋକତନ୍ତ୍ରରେ ଏକ ମର୍ଯ୍ୟାଦା ଅଛି। ଆଜି ଭାଷାର ମର୍ଯ୍ୟାଦା ନଷ୍ଟ ହେଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା’ ପାଇଁ କଟୁତା ଏବଂ ଅସଭ୍ୟ ଭାଷାର ପ୍ରୟୋଗ ହେବା ମର୍ଯ୍ୟାଦା ବିରୋଧି। ଭାଜପା ପ୍ରବକ୍ତା ଏବଂ ସାଂସଦ ଡା. ସମ୍ବିତ ପାତ୍ର ପାର୍ଟି ମୁଖ୍ୟାଳୟରେ ଗୁରୁବାର ଦିନ ପ୍ରେସ୍ କନ୍‌ଫ୍ରେନ୍ସରେ କହିଛନ୍ତି ଯେ କଂଗ୍ରେସକୁ ନିଜ ଭାଷା ପାଇଁ ଲଜ୍ଜିତ ହେବା ଦରକାର। କଂଗ୍ରେସ ଏବେ ସ୍ୱତନ୍ତ୍ର ଗାଳି ବାଲା ପାର୍ଟି ହୋଇଯାଇଚି। ନକଲି ଗାନ୍ଧୀ ପରିବାରର ହାରରେ କଷ୍ଟ ଏପରି ବଢ଼ିଯାଇଛି ଯେ ଏବେ ସେମାନେ ଭାରତର ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ ମଧ୍ୟ ଗାଳିଦେବାକୁ ପଛାଉ ନାହାନ୍ତି। ସେ କହିଛନ୍ତି ଯେ ବିହାରର ଜନତା ଏହି ପ୍ରକାର ଭାଷା ଦେଖୁଛି, ତା’ର ଜବାବ ମଧ୍ୟ ଦେବେ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande