ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ ବିଏମସିର କୁକୁର ଗଣନା
ଭୁବନେଶ୍ୱର, ୨୮ ଅଗଷ୍ଟ(ହି.ସ)- ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ ବିଏମସି ପକ୍ଷରୁ କୁକୁର ଗଣନା ଆରମ୍ଭ ହେବ। ବିଏମସି କମିଶନର ଚଂଚଳ ରାଣା ଏହି ସୂଚନା ଦେଇଛନ୍ତି। ଗଣନାରେ ସ୍ୱଛସାଥୀ, ସଫେଇ କର୍ମୀ, ବିଏମସି ଅଧିକାରୀ ସାମିଲ ହେବେ। ଗଣନା ପୂର୍ବରୁ ବିଏମସି ପକ୍ଷରୁ ସମସ୍ତଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦି
ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ ବିଏମସିର କୁକୁର ଗଣନା


ଭୁବନେଶ୍ୱର, ୨୮ ଅଗଷ୍ଟ(ହି.ସ)- ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ ବିଏମସି ପକ୍ଷରୁ କୁକୁର ଗଣନା ଆରମ୍ଭ ହେବ। ବିଏମସି କମିଶନର ଚଂଚଳ ରାଣା ଏହି ସୂଚନା ଦେଇଛନ୍ତି। ଗଣନାରେ ସ୍ୱଛସାଥୀ, ସଫେଇ କର୍ମୀ, ବିଏମସି ଅଧିକାରୀ ସାମିଲ ହେବେ। ଗଣନା ପୂର୍ବରୁ ବିଏମସି ପକ୍ଷରୁ ସମସ୍ତଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ୧୦ ଦିନ ମଧ୍ୟରେ ଭୁବନେଶ୍ୱରରେ ଗଣନା ଶେଷ ହେବ। ଭେଟେନାରୀ ଡାକ୍ତରଙ୍କ ପରାମର୍ଶରେ ପ୍ରତି ୱାର୍ଡରେ ଗଣନା ହେବ ବୋଲି କହିଛନ୍ତି ବିଏମସି କମିଶନର।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande