ଶରଧାପୁର ଫୁଟବଲ ଲିଗ୍‌, ବେଣାପଞ୍ଜରି ଓ ତରତୁଆ ମ୍ୟାଚ ବରାବର
ଖୋର୍ଦ୍ଧା, ୨୮ ଅଗଷ୍ଟ (ହି.ସ.) - ଖୋର୍ଦ୍ଧା ଉପକଣ୍ଠ ଶରଧାପୁର ସ୍ପୋର୍ଟସ ଆସୋସିଏସନ୍ ଆନୁକୁଲ୍ୟରେ ସ୍ଥାନୀୟ ଖେଳ ପଡ଼ିଆରେ ଶରଧାପୁର ଫୁଟବଲ ଲିଗ୍ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଆଜିର ଖେଳ ବେଣାପଞ୍ଜରି ଓ ତରତୁଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ତେବେ । ଉଭୟ ଦଳ ନିର୍ଦ୍ଧାରିତ ସମୟରେ କେହି କାହାରିକୁ ଗୋଲ ଦ
ଫୁଟବଲ୍


ଖୋର୍ଦ୍ଧା, ୨୮ ଅଗଷ୍ଟ (ହି.ସ.) - ଖୋର୍ଦ୍ଧା ଉପକଣ୍ଠ ଶରଧାପୁର ସ୍ପୋର୍ଟସ ଆସୋସିଏସନ୍ ଆନୁକୁଲ୍ୟରେ ସ୍ଥାନୀୟ ଖେଳ ପଡ଼ିଆରେ ଶରଧାପୁର ଫୁଟବଲ ଲିଗ୍ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଆଜିର ଖେଳ ବେଣାପଞ୍ଜରି ଓ ତରତୁଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ତେବେ । ଉଭୟ ଦଳ ନିର୍ଦ୍ଧାରିତ ସମୟରେ କେହି କାହାରିକୁ ଗୋଲ ଦେଇ ପାରିନଥିଲେ। ତେଣୁ ଆଜି ଏହି ସଙ୍ଘର୍ଷପୂର୍ଣ୍ଣ ମ୍ୟାଚରେ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଂଟ ମିଳିଥିଲା। ଆଜିର ଏହି ମ୍ୟାଚରେ ଅତିଥି ଭାବେ ସଂଘର ସଭାପତି ମହମ୍ମଦ ଜମିରୁଲ ରହେମନ,ପୂର୍ବତନ ସରପଂଚ ଲକ୍ଷ୍ମୀଧର ବଡଜେନା,ମୀନକେତନ ବଡଜେନା, ଦୁଃଖିଶ୍ୟାମ ବେହେରା, ଜାପାନୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଆଜିର ଖେଳକୁ ସାଗିର ଅହମ୍ମଦ ପରିଚାଳନା କରିଥିବା ବେଳେ ଇଜାଜ ହୁସେନ, ଅମଜଦ ଖାଁ ଓ ସୌକତ ଅହମ୍ମଦ ତାଙ୍କୁ ଲାଇନରେ ସହାୟତା କରିଥିଲ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande