ଚମ୍ପୁଆର ବିଭିନ୍ନ ସ୍ଥାନରେ ଶ୍ରୀ ଗଣେଶ ପୂଜା
ଚମ୍ପୁଆ, ୨୮ ଅଗଷ୍ଟ (ହି.ସ.) - ଚମ୍ପୁଆ ସଦର ମହକୁମା ତଥା ବ୍ଲକ୍ ର ପୁରପଲ୍ଲୀ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବିଦ୍ୟାଳୟ ଓ କ୍ଲବ୍ ମାନଙ୍କରେ ଗଣେଶ ପୂଜା ଜାକଜମକ ର ସହ ଅନୁଷ୍ଠିତ ହୋଇଛି । ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପିଏମଶ୍ରୀ ମହତାବ ଉଚ
ଚମ୍ପୁଆର ବିଭିନ୍ନ ସ୍ଥାନରେ ଶ୍ରୀ ଗଣେଶ ପୂଜା


ଚମ୍ପୁଆ, ୨୮ ଅଗଷ୍ଟ (ହି.ସ.) - ଚମ୍ପୁଆ ସଦର ମହକୁମା ତଥା ବ୍ଲକ୍ ର ପୁରପଲ୍ଲୀ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବିଦ୍ୟାଳୟ ଓ କ୍ଲବ୍ ମାନଙ୍କରେ ଗଣେଶ ପୂଜା ଜାକଜମକ ର ସହ ଅନୁଷ୍ଠିତ ହୋଇଛି । ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପିଏମଶ୍ରୀ ମହତାବ ଉଚ୍ଚ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ବାଳିକା ଉଚ୍ଚ ବିଦ୍ୟାଳୟ , ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ନିକୋଲସନ ବନବିଦ୍ୟାଳୟ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ଛାତ୍ରାବାସ ମାନଙ୍କରେ ରେ ଗଣେଶ ପୂଜା ପ୍ରବଳ ଉତ୍ସାହ ର ସହ ପାଳିତ ହୋଇଛି । ଚମ୍ପୁଆ ଗଉଡ ସାହି ରେ ସୁପର କ୍ଲବ ବାରିକ ସାହି ରେ ଦିବ୍ୟଜ୍ୟୋତି ୟୁଥ କ୍ଲବ, ମନ୍ଦିର ସାହି ରେ ଜୟ ଗଣେଶ କ୍ଲବ ତରଫରୁ ଆକର୍ଷଣୀୟ ପୂଜା ମଣ୍ଡପ ରେ ଗଣପତି ଙ୍କର ପୂଜା ଭବ୍ୟତା ର ସହ ଅନୁଷ୍ଠିତ ହେଉଛି ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande