ମା ସମଲେଶ୍ୱରୀଙ୍କ ଦର୍ଶନ ସହ ମନ୍ଦିରରେ ନବାନ୍ନ ଗ୍ରହଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର/ଭୁବନେଶ୍ୱର, ୨୮ ଅଗଷ୍ଟ(ହି.ସ)- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ‘ନୂଆଁଖାଇ’ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ମନ୍ଦିର ପରିସରରେ ନବାନ୍ନ ଗ୍ରହଣ କରିଛନ୍ତି । ନୂଆଁଖାଇର ଶୁଭେଚ୍ଛା ଜଣାଇବା ସହ ଶ୍ରୀ ପ୍ରଧ
ମା ସମଲେଶ୍ୱରୀଙ୍କ ଦର୍ଶନ ସହ ମନ୍ଦିରରେ ନବାନ୍ନ ଗ୍ରହଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ସମ୍ବଲପୁର/ଭୁବନେଶ୍ୱର, ୨୮ ଅଗଷ୍ଟ(ହି.ସ)- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ‘ନୂଆଁଖାଇ’ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ମନ୍ଦିର ପରିସରରେ ନବାନ୍ନ ଗ୍ରହଣ କରିଛନ୍ତି ।

ନୂଆଁଖାଇର ଶୁଭେଚ୍ଛା ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ‘ନୂଆଁଖାଇ’ରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେବା ମୋର ସୌଭାଗ୍ୟ। ଆତ୍ମୀୟତା, ଚାଷୀ ଓ ଚାଷର ଉନ୍ନତି ଏବଂ ସାଂସ୍କୃତିକ ସମାହାରର ପର୍ବ ନୂଆଁଖାଇ। ଆଜି ଭଳି ଦିନରେ ମା’ସମଲେଇଙ୍କ ମନ୍ଦିର ପରିସରରେ ଦଳୀୟ ମନ୍ତ୍ରୀ, ବିଧାୟକ, ରାଜ୍ୟ ବାହାରୁ ଆସିଥିବା ଗଣମାଧ୍ୟମର ବନ୍ଧୁ ଏବଂ ସାମାଜର ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସହ ‘ନବାନ୍ନ ପ୍ରସାଦ’ ଗ୍ରହଣ କରିବାର ସୌଭାଗ୍ୟ ଲାଭ କଲି । କୃଷିଭିତ୍ତିକ ଗଣପର୍ବ ‘ନୂଆଁଖାଇ’ରେ ନବାନ୍ନର ସ୍ୱତନ୍ତ୍ରତା ରହିଛି । ନୂଆଁଖାଇ ସମସ୍ତଙ୍କ ପାଇଁ ଆଶା ଓ ସମ୍ଭାବନା ଆଣିଦେଉ । ଏହି ବିଶେଷ ଉତ୍ସବ ସମାଜରେ କରୁଣା, ଭାଇଚାରା ଓ ସୌହାର୍ଦ୍ଦ୍ୟଭାବ ଭାବନା ତିଆରି କରୁ, ଏହା ମା’ଙ୍କ ପାଖରେ ଶ୍ରୀ ପ୍ରଧାନ ପ୍ରାର୍ଥନା କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସାଥୀରେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ସୁରେଶ ପୂଜାରୀ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଦିଲ୍ଲୀ ଏବଂ ବାହାରୁ ଆସିଥିବା ବିଶିଷ୍ଟ ସାମ୍ବାଦିକଗଣ ଓ ପ୍ରମୁଖ ବ୍ୟକ୍ତିବିଶେଷମାନେ ନବାନ୍ନ ଗ୍ରହଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande