ଜୟପୁର, ୨୮ ଅଗଷ୍ଟ (ହି.ସ.)-ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢଉ କରି ଜଣେ ଅଭିଯୁକ୍ତ ମହିଳାକୁ ଗିରଫ କରିଛି । ସୂଚନା ଅନୁଯାୟୀ, ଦେଶି ମଦ ଚାଲାଣ ହେଉଥିବା ସମ୍ପର୍କରେ ଖବର ପାଇ ଜୟପୁର ସହର ଜୟନଗର ରାସ୍ତାରେ ଚଢଉ କରିଛି । ଚଢଉ କରି ୯ ଲିଟର ଦେଶି ମଦ ଜବତ କରି ମହିଳା ଅଭିଯୁକ୍ତକୁ ଅପରାହ୍ନ ୪ଟା ୩୦ ମିନିଟ ସମୟରେ କୋର୍ଟଚାଲାଣ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶରି ହରିନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି