ନୂଆଖାଇ ଉପଲକ୍ଷେ କାଲସାଏପାଲିରେ ଫୁଟବଲ ମ୍ୟାଚ
ବଲାଙ୍ଗୀର, ୨୮ ଅଗଷ୍ଟ(ହି.ସ.) – ଆଜି ଦିନ ୩ଟା ସମୟରେ ଜନ କଲ୍ୟାଣ ଯୁବକ ସଂଘ କାଲସାଏ ପାଲି ତରଫରୁ ଖୁଜେନ ପାଲି ଖେଳ ପଡିଆ ଠାରେ ନୂଆଁଖାଇ ଉପଲକ୍ଷେ କାଲସାଏ ପାଲିର ବିବାହିତ ଓ ଅବିବାହିତଙ୍କ ମଧ୍ୟରେ ଏକ ମ୍ୟାଚ ଖେଳିଥିଲେ। ସବୁବର୍ଷ ପରି ଏଥର ମଧ୍ୟ କାଲସାଏ ପାଲି ଗ୍ରାମବାସୀ ନୂଆଁଖାଇ ସାରିଲା ପରେ ଯୁବ
ନୂଆଖାଇ ଉପଲକ୍ଷେ କାଲସାଏପାଲିରେ ଫୁଟବଲ ମ୍ୟାଚ


ବଲାଙ୍ଗୀର, ୨୮ ଅଗଷ୍ଟ(ହି.ସ.) – ଆଜି ଦିନ ୩ଟା ସମୟରେ ଜନ କଲ୍ୟାଣ ଯୁବକ ସଂଘ କାଲସାଏ ପାଲି ତରଫରୁ ଖୁଜେନ ପାଲି ଖେଳ ପଡିଆ ଠାରେ ନୂଆଁଖାଇ ଉପଲକ୍ଷେ କାଲସାଏ ପାଲିର ବିବାହିତ ଓ ଅବିବାହିତଙ୍କ ମଧ୍ୟରେ ଏକ ମ୍ୟାଚ ଖେଳିଥିଲେ। ସବୁବର୍ଷ ପରି ଏଥର ମଧ୍ୟ କାଲସାଏ ପାଲି ଗ୍ରାମବାସୀ ନୂଆଁଖାଇ ସାରିଲା ପରେ ଯୁବ ଗୋଷ୍ଠୀ ମଧ୍ୟରେ ଭାଇଚାରା କେମିତି ବଜାୟ ରହିବ ସେଥିପାଇଁ ବିବାହିତ ଓ ଅବିବାହିତ ମଧ୍ୟରେ ଏକ ମ୍ୟାଚ ଅନୁଷ୍ଠିତ ହେଇଥିଲା। ଏଥିରେ ଟ୍ରାଇବରେକର ଜରିଆରେ ଅବିବାହିତ ଦଳ ୦-୧ରେ ବିଜୟ ଲାଭ କରିଥିଲେ। ଖେଳକୁ ଗୋପିନାଥ କାଲସାଏ ପରିଚାଳନା କରିଥିଲେ। ମୂଖ୍ୟ ଅତିଥି ଭାବେ ଯୁବ ସଂଗଠକ ବିନୋଦ କାଲସାଏ, ସମ୍ମାନିତ ଅତିଥି ଭାବେ ପୂର୍ବତନ ୱାଡ଼ମେମ୍ବର ଦେବରାଜ କାଲସାଏ, ମହାଦେବ କାଲସାଏ ଯୋଗଦେଇ ଖେଲାଲିମାନଙ୍କୁ ଉତ୍ସାହିତ କରିଥିଲେ। କାଲସାଏ ପାଲିର ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ଖେଲକୁ ଉପଭୋଗ କରିବା ସହିତ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande